ରାଜ୍ୟପାଳଙ୍କ ପ୍ରମୁଖ ସଚିବ ହେଲେ ପ୍ରମୋଦ ମେହେର୍ଦ୍ଦା

ଭୁବନେଶ୍ୱର: ରାଜ୍ୟ ସକରାର ଆଜି ପୁଣି ବରିଷ୍ଠ ଆଇଏଏସ୍ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି । ଦୁଇ ବରିଷ୍ଠ ଆଇଏଏସ୍ ଅଫିସରଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି । ପରିବହନ ସଚିବ ପ୍ରମୋଦ ମେହେର୍ଦ୍ଦାଙ୍କୁ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଭାବେ ନିଯୁକ୍ତ କରାଯାଇଛି।
ପ୍ରମୋଦ ମେହେର୍ଦ୍ଦାଙ୍କୁ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ମିଳିଛି । । ସେ ପରିବହନ ସଚିବ ଭାବେ କାର୍ଯ୍ୟରତ ଅଛନ୍ତି । ୧୯୯୭ ବ୍ୟାଚ୍‌ର ବରିଷ୍ଠ ଆଇଏଏସ ଅଫିସର ଡକ୍ଟର ପ୍ରମୋଦ ମେହେର୍ଦ୍ଦା । ପରିବହନ ସଚିବ ଦାୟିତ୍ୱ ମଧ୍ୟ ତୁଲାଇବେ ପ୍ରମୋଦ ମେହେର୍ଦ୍ଦା । ସେହିପରି ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଥିଲେ ଆଇଏଏସ୍ ମଧୁସୂଦନ ପାଢୀ । ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଥିବା ମଧୁସୂଦନ ପାଢ଼ୀଙ୍କୁ ଲ୍ୟାଣ୍ଡ ରେକର୍ଡସ ଆଣ୍ଡ୍ ସେଟେଲମେଣ୍ଟର କମିଶନର ଅଥବା ଚକବନ୍ଦୀ କମିଶନର ଭାବେ ନୂଆ ନିଯୁକ୍ତି ଦିଆଯାଇଛି । ମଧୁସୂଦନ ପାଢୀ ୧୯୯୧ ବ୍ୟାଚ୍‌ର ଆଇଏଏସ୍ ଅଫିସର ।
Related Posts