ଶ୍ରୀମନ୍ଦିରରେ ମୃତୟନ ଥିବା ପୋଲିସ କର୍ମଚାରୀଙ୍କ ପାଇଁ ନୂଆ ନିୟମ, ଡ୍ୟୁଟି ସମୟରେ ମୋବାଇଲ ଫୋନ୍ ମନା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଶ୍ରୀମନ୍ଦିର ଭିତରକୁ ସ୍ମାର୍ଟ ଫୋନ ନେଇପାରିବେ ନାହିଁ ପୋଲିସ କର୍ମଚାରୀ । ଆଜିଠାରୁ ଶ୍ରୀମନ୍ଦିରରେ ମୃତୟନ ଥିବା ପୋଲିସଙ୍କୁ ମୋବାଇଲ ଫୋନ ବାରଣ କରାଯାଇଛି । ଏହି କଟକଣାକୁ ନେଇ ପୁରୀ ଏସପି କନୱର ବିସାଲ ସିଂ ସୂଚନା ଜାରି କରିଛନ୍ତି । ଏଥିରେ ହୋମଗାର୍ଡ, ଓଏସଏପି ଯବାନ ସମେତ ସବୁ ପୋଲିସ କର୍ମଚାରୀଙ୍କୁ ବାରଣ କରାଯାଇଛି । ଏତତ୍ ବ୍ୟତିତ ବିଶେଷ କାର୍ଯ୍ୟରେ ନିୟୋଜିତ ଏବଂ ଆପାତ କାଳିନ ସେବାରେ ନିଯୁକ୍ତି ଥିବା କିଛି ସିନିଅର ଅଫିସରଙ୍କୁ ମୋବାଇଲ ନେବାକୁ ଅନୁମତି ଦିଆଯାଇଛି ।

ତେବେ ଶ୍ରୀମନ୍ଦିର ନିୟମ ଅନୁସାରେ, ମନ୍ଦିର ଭିତରକୁ ମୋବାଇଲ ବାରଣ ରହିଛି। ମନ୍ଦିରରେ ମହାପ୍ରଭୁଙ୍କ କୌଣସି ଫଟୋ ଉଠାଇବା ମନା । ଏନେଇ କଡା କଟକଣା ରହିଥିଲେ ମଧ୍ୟ ଶ୍ରୀମନ୍ଦିର ଭିତର ଫଟୋ ବାହାରକୁ ଆସୁଛି । ମହାପ୍ରଭୁଙ୍କ ଫଟୋ ସୋସିଆଲ ମିଡିଆରେ ବାରମ୍ବାର ଭାଇରାଲ ହେଉଛି । ତେବେ ନିକଟରେ ଜଣେ ବଙ୍ଗାଳୀ ଭକ୍ତ ଶ୍ରୀମନ୍ଦିର ଗର୍ଭଗୃହର ଫୋଟୋ ଭାଇରାଲ କରିବା ପରେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଥିଲା। ଏହାପରେ କାର୍ଯ୍ୟନୁଷ୍ଠାନ ସ୍ବରୂପ ପୁରୀ ଏସପି କନୱର ବିସାଲ ସିଂ ସମସ୍ତ ପୋଲିସ କର୍ମଚାରୀଙ୍କୁ ମୋବାଇଲ ନ ନେବା ପାଇଁ ସୂଚନା ଦେଇଛନ୍ତି। ତେବେ ଏଠାରେ ସୂଚନାଯୋଗ୍ୟ ଯେ, ପୂର୍ବରୁ ଶ୍ରୀମନ୍ଦିର ମଧ୍ୟକୁ ଭକ୍ତମାନଙ୍କୁ ମୋବାଇଲ ନେବା ବାରଣ ଥିଲା।

Related Posts