ଚାରି ବର୍ଷରୁ କମ ପିଲାଙ୍କୁ ବାଇକରେ ନେବା ପାଇଁ ଜାରି ହେଲା ନୂଆ ନିୟମ

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଚାରି ବର୍ଷରୁ କମ ପିଲାଙ୍କୁ ବାଇକରେ ନେବା ପାଇଁ ଜାରି ହେଲା ନୂଆ ନିୟମ । ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ୨ ଚକିଆ ଚାଳକଙ୍କ ପାଇଁ ଏହି ନୂଆ ନିୟମ ଆଣିଛନ୍ତି । ତେବେ ନୂଆ ନିୟମ ଅନ୍ତର୍ଗତ ଦୁଇ ଚକିଆ ଚାଳକ ପିଲାମାନଙ୍କ ପାଇଁ ହେଲମେଟ ଏବଂ ହାର୍ନେସ ବେଲ୍ଟ ବ୍ୟବହାର କରିବା ବାଧ୍ୟତାମୂଳକ କରାଯାଇଛି । ଏହା ସହ ଗାଡ଼ିର ବେଗକୁ ଘଣ୍ଟାପ୍ରତି ୪ହ କିଲୋମିଟର ମଧ୍ୟରେ ସୀମିତ ରଖିବାକୁ କୁହାଯାଇଛି । ଏହି ନୂତନ ଟ୍ରାଫିକ ନିୟମର ଉଲ୍ଲଂଘନ କଲେ ୧୦୦୦ ଟଙ୍କା ଜରିମାନା ଏବଂ ତିନିମାସ ପାଇଁ ଡ୍ରାଇଭିଂ ଲାଇସେନ୍ସ ଛଡ଼ାଇ ନିଆଯିବ ବୋଲି ଏଥିରେ ଉଲ୍ଲେଖ କରାଯାଇଛି ।

ଦୁଇ ଚକିଆ ଯାନରେ ବସିଥିବା ପିଲାମାନଙ୍କ ପାଇଁ ଅଧିକ ନିରାପତ୍ତା ନିଶ୍ଚିତ କରିବାକୁ ଏକ ନୂତନ ନିୟମକୁ ଅନ୍ତର୍ଭୁକ୍ତ କରିବା ପାଇଁ କେନ୍ଦ୍ରୀୟ ମୋଟର ଯାନ ଅଧିନିୟମରେ ସଂଶୋଧନ କରାଯାଇଛି । ଏହି ନିୟମ ଚାରି ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ଲାଗୁହେବ । ନୂତନ ନିୟମ ଅନୁଯାୟୀ ବ୍ୟବହୃତ ନିରାପତ୍ତା ହାର୍ନେସ ହାଲୁକା, ୱାଟରଫ୍ରୁଫ, କୁସନଯୁକ୍ତ ହେବା ସହିତ ଏହା ୩୦ କିଲୋଗ୍ରାମ ଭାର ଧାରଣ କରିବା ଉପଯୋଗୀ ହୋଇଥିବା ଆବଶ୍ୟକ ।

Related Posts