କଳାହାଣ୍ଡିରେ ଆବାସ ଘର ଘୋଟାଲା ର ନୂଆ ତରିକା – ସାଇନ୍ ବୋର୍ଡ ଟାଙ୍ଗି ଫଟୋ ଉଠାଅ ଘର ଟଙ୍କା ଲୁଟ୍ କର । ବିଧବା ମହିଳାଙ୍କୁ ବି ଠକିଲେ

( ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବାସଗୃହହରାଙ୍କ ପାଇଁ ସରକାର ସ୍ଲୋଗାନ ଦେଉଛନ୍ତି ” ଝଡ଼ ବାତ୍ୟା କୁ ଏବେ ନାହିଁ ଡର, ମୁଣ୍ଡ ଉପରେ ପକ୍କା ଘର “।  ଏଭଳି ସ୍ଲୋଗାନ ରାଜ୍ୟ ସରକାର ଦେଉଥିବା ବେଳେ କିଭଳି ଗରିବ ଲୋକେ ଭଲରେ ରହିବେ  ସେଥିପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଆବାସ ଗୃହ ଯୋଜନା କରିଛନ୍ତି। କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଘର,ରାଜ୍ୟ ସରକାର ଙ୍କ ବିଜୁ ପକ୍କା ଘର ଦିଆଯାଉଛି । ତେବେ ପଂଚାୟତ ଓ ବ୍ଲକ କର୍ମଚାରୀ ,ଅଧିକାରୀ ଓ କର୍ମଚାରୀ ମାନଙ୍କ ଲାଞ୍ଚ ଖୋର ପ୍ରବୃତ୍ତି ଯୋଗୁଁ  ଗରିବଙ୍କ ଆବାସ ଘର କୁ ଉଭାନ କରିଦେଉଛନ୍ତି । ପ୍ରକୃତ ହିତାଧିକାରୀଙ୍କ ଘର ନାଁରେ ଲକ୍ଷାଧିକ  ଟଙ୍କା ଉଠି ସାରିଥିଲେ ବି ଘର  ର ଦେଖା ନାହିଁ । ତେବେ ହିତାଧକାରୀଙ୍କ ଘର ଯାଉଛି କୁଆଡେ ? ଏଭଳି ଏକ ଦୁର୍ନୀତି ର ବାସ୍ନା ଆସିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ର କଶ୍ରୁପଡା ପଞ୍ଚାୟତରୁ । ମାଟିଘର ,ଉପରେ ଚାଲ ଛପର ଲାଗିଛି,କେତେବେଳେ ଯେ ବର୍ଷା ପବନ କୁ ଉଡେଇ ନେବ କହିହେବ ନାହିଁ । ଘର କହିଲେ ଭଙ୍ଗା ଦଦରା ମାଟି ଘର  । ଆଉ ଭିତରକୁ ଗଲେ ଦିଶୁଛି ଦିନରେ ସୁରୁଜ,ରାତିରେ ତାରା । ଆବାସ ଘର ପାଇବାର ହକଦାର ଅଛନ୍ତି ବେନ୍ଦିରି ବାଗ,ଆଜି ମିଳିବ କାଲି ମିଳିବ ଭାବି ଚାତକ ପରି ଅନେଇ ବସିଛନ୍ତି କିନ୍ତୁ ବିଡମ୍ବନା ଯେ  ସରକାରଙ୍କ କାଗଜପତ୍ର ରେ ଏସିସିସି ଲିଷ୍ଟ ରେ  ଘର ସମ୍ପୂର୍ଣ୍ଣ ହୋଇସାରିଥିବା  ବେଳେ ମୂଳରୁ ହିଁ ବେନ୍ଦିରି ବାଗ ର ଘର କରାଯାଇନାହିଁ । ଏପରିସ୍ଥଳେ ବିଧବା ମହିଳା ଙ୍କୁ ମିଳିଛି ଆବାସ ଯୋଜନାର ସାଇନ ବୋର୍ଡ଼ ,ଏ ବୋର୍ଡ଼ କୁ କଣ କରିବେ ବିଧବା ମହିଳା ବେନ୍ଦିରି ବାଗ ଗଣ ମାଧ୍ୟମ ଆଗରେ  ବୋର୍ଡ଼ କୁ ଧରି  ପ୍ରଶ୍ନ କରିଛନ୍ତି । ବେନ୍ଦିରି ବାଗ ର ଘର କୁ ଅନ୍ୟ କାହାକୁ  ବିକି ଦିଆଯାଇଥିବା ଅଭିଯୋଗ କରିଛନ୍ତି ବେନ୍ଦିରି ବାଗ । ଘର ନାହିଁ  କିନ୍ତୁ  ଆବାସ ଯୋଜନାର ସାଇନ ବୋର୍ଡ଼ ହିତାଧିକାରୀଙ୍କ ଘରକୁ ଆଣିଦେବା ପରେ ଘର ଘଟାଲ ପଦାକୁ ପଡିଲା କହିଛନ୍ତି ଗ୍ରାମବାସୀ ।କଳାହାଣ୍ଡି ଜିଲ୍ଲା ର କେସିଙ୍ଗା ବ୍ଲକ ର କସୃପଡା ପଞ୍ଚାୟତ ସୁକୁନାଭଟା ଗାଁ ର ଅତି ଗରିବ  ବିଧବା ମହିଳା  ବେନ୍ଦିରି ବାଗ ଙ୍କ ଘର କୁ ବିକ୍ରି କରିଦେଇଥିବା ଅଭିଯୋଗ କରିଛନ୍ତି । ଗରିବ ହିତାଧିକାରୀ ବେନ୍ଦିରି ବାଗ । ତାଙ୍କ ଘର ୨୦୨୦-୨୧ ରେ ତାଙ୍କୁ ସରକାରଙ୍କ  ଆବାସ ଯୋଜନା ରେ ସାମିଲ କରାଯାଇଥିଲା ସରକାରଙ୍କ ନିୟମ ଅନୁସାରେ ଆବାସ ଗୃହ ପାଇବା ଯୋଗ୍ୟ ହିତାଧିକାରୀଙ୍କ ଏ ସି ସି ସି ଲିଷ୍ଟ ରେ ମଧ୍ୟ ଉଲ୍ଲେଖ ରହିଛି ।ଏହି ଲିଷ୍ଟ ରେ ଥିବା ହିତାଧିକାରୀ ମଧ୍ୟ ଘର ତିଆରି କରି ସାରିଛନ୍ତି । ଏ ସି ସି ସି ଲିଷ୍ଟ ରେ ଥିଲେ ବି  ଆରମ୍ଭ ରୁ ହିଁ ତାଙ୍କ  କାଗଜାତ ପତ୍ର କାର୍ଯ୍ୟାଦେଶ ପତ୍ର ଦିଆ ଯାଇନାହିଁ କିମ୍ବା  ତାଙ୍କ ପାଖରୁ  ଆଧାର ବ୍ୟାଙ୍କ ପସବୁକ ନିଆଯାଇନ ଥିଲା। ତେବେ ଘର ସଂପୂଣ୍ଣ ହୋଇଥିବା ଫାଇନାଲ ରିପୋର୍ଟ  ବ୍ଲକ କାର୍ଯ୍ୟାଳୟ ରେ ଦାଖଲ କରାଯାଇଛି । ସରକାର ଙ୍କ ଗାଇଡ଼ ଲାଇନ ଅନୁଯାଇ ଫଲକ ଇଂସ୍ଟଲେସନ ପାଇଁ ଆବାସ ଯୋଜନା ର ବୋର୍ଡ଼ ସମ୍ପୃକ୍ତ ହିତାଧିକାରୀଙ୍କ ଘରକୁ ଆଣି ଦେଇଥିବା ବେଳେ ଘର ଗାଏବ ରହସ୍ୟ ସ୍ପଷ୍ଟ ଜଣା ପଡିଥିଲା ।ପରେ ଗ୍ରାମବାସୀ ବିଡିଓ ଙ୍କ ଦ୍ୱାରସ୍ଥ ହୋଇ ଘର କୁଆଡେ ଗଲା ବୋଲି କେସିଙ୍ଗା ବିଡିଓ ଙ୍କୁ ପ୍ରଶ୍ନ କରିଥିଲେ।ଏନେଇ ବିଡିଓ ଏହା ଅନ୍ୟ ଲୋକଙ୍କୁ ଭୁଲ ବସତ ଚାଲିଯାଇଥିବା କହିଥିବା ବେଳେ । ପଂଚାୟତ କର୍ମଚାରୀ ଙ୍କ ଭୁଲ କାରଣ ରୁ ଏଭଳି ଭୁଲ ହୋଇଥିବା ବିଡିଓ ପ୍ରଫୁଲ୍ଲ କୁମାର ଓଡୁ ସ୍ୱୀକାର କରିଥିଲେ । ସରକାର ସ୍ଵଛ ଶାସନ ର ଡିଣ୍ଡିମ ପିଟୁ ଥିବା ବେଳେ  ପଂଚାୟତ ଓ ବ୍ଲକ କର୍ମଚାରୀ ,ଅଧିକାରୀ ଓ କର୍ମଚାରୀ ମାନଙ୍କ ଲାଭ ଖୋର ପ୍ରବୃତ୍ତି ଯୋଗୁଁ  ଗରିବଙ୍କ ଆବାସ ଘର କୁ ଉଭାନ କରିଦେଉଛନ୍ତି । ପ୍ରକୃତ ହିତାଧିକାରୀଙ୍କ ଘର ଲକ୍ଷାଧିକ  ଟଙ୍କା ଉଠି ସାରିଥିଲେ ବି ଘର  ର ଦେଖା ନାହିଁ । ଏପଟେ ଏଥିରେ କିଛି ରହସ୍ୟ ରହିଛି ଏବଂ ଏହାର ଚେର କେତେଦୂର ଲମ୍ବିଛି  ଉଚ୍ଚ କତ୍ତୃପକ୍ଷ ତଦନ୍ତ କଲେ ଜଣା ପଡିବ ।

Related Posts