ଭବାନୀପାଟଣା,୦୭।୦୫: ( ସତ୍ୟପାଠ ବ୍ୟୁରୋ): କରୋନା ଗାଇଡ୍ ଲାଇନ ର ଖୁଲମ ଖୁଲା ଉଲ୍ଲଙ୍ଘନ । ହାତ ଧରାଧରି ହୋଇ ନାଚୁଛନ୍ତି ଛାତ୍ରଛାତ୍ରୀ । ଲାଗୁଛି କରୋନା ଆଉ ନାହିଁ । କଳାହାଣ୍ଡି କାମଠଣା ନର୍ସିଂ ସ୍କୁଲରେ କୋଭିଡ୍ ଗାଇଡଲାଇନ ଉଲ୍ଲଂଘନର ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଗାଇଡଲାଇନକୁ ଦଳିଚକଟି ଦିଆଯାଇଥିବା ଦେଖିବାକୁ ମିଳିଛି । ସୂଚନାନୁସାରେ, ଗତ ଏପ୍ରିଲ୍ ୩୦ ତାରିଖରେ ପ୍ରାୟ ୧୮୦ ଛାତ୍ରଛାତ୍ରୀ କଲେଜର ଏକ ଉତ୍ସବରେ ଭାଗ ନେଇଥିଲେ।
ଭାଇରାଲ୍ ଭିଡିଓରେ କଲେଜ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ଏକ ଉସ୍ରବର ଆୟୋଜନ କରାଯାଇଥିବେ ଦେଖିବାକୁ ମିଳିଛି। ଯେଉଁଥିରେ ସାମାଜିକ ଦୂରତା, ମାସ୍କ ପରିଧାନ କଟକଣାର ଉଲ୍ଲଙ୍ଘନ କରି ନୃତ୍ୟ ଓ ଭୋଜିଭାତ ହୋଇଥିଲା। ସବୁଠାରୁ ବଡ କଥା ହେଉଛି ଯେ, ଆୟୋଜିତ ଉତ୍ସବ ପାଇଁ ସିଡିଏମଓ କିମ୍ବା ଏଡିଏମଓଙ୍କ ଅନୁମତି ପ୍ରଦାନ ହୋଇ ନ ଥିବା ସୁଚନା ମିଳିଛି ।
ସେହିପରି ନର୍ସିଂ ସ୍କୁଲର ତରୁଣୀ ଦେଇ (ଟ୍ୟୁଟୋର), ଦିଲୀପ ଚଣ୍ଡୀ(କିରାଣୀ ), ଇନଚାର୍ଜ ଅମିତା ଦାସ ଉପସ୍ଥିତ ଥିଲେ l ହେଲେ ଅମିତା କହିଛନ୍ତି ଯେ, ଆୟୋଜନ ପାଇଁ ତାଙ୍କୁ କର୍ତ୍ତୃପକ୍ଷଙ୍କ ଅନୁମତି ଆବଶ୍ୟକ ନାହିଁ | ହେଲେ ନୃତ୍ୟ କିମ୍ବା ଭୋଜିର ଆୟୋଜନ ହୋଇ ନ ଥିଲା। ଯେତେ ବେଳେ କି ଛାତ୍ର ଛାତ୍ରୀ ସୋସିଆଲ ମିଡ଼ିଆ ରେ ନୃତ୍ୟ ଓ ଉତ୍ସବର ଭିଡିଓ ପୋଷ୍ଟ କରି ଭାଇରାଲ କରିଛନ୍ତି। କଳାହାଣ୍ଡି କୋଭିଡ ହସ୍ପିଟାଲ ପାର୍ଶ୍ବରେ ପାଖାପାଖି ୧୮୦ ଛାତ୍ର ଛାତ୍ରୀଙ୍କ ସମାଗମ ଶିକ୍ଷା ଅନୁଷ୍ଠାନମାନଙ୍କରେ ଜାରି କୋଭିଡ କଟକଣାର ଉଲଂଘନ ସଂକ୍ରମଣ ଆଶଙ୍କାକୁ ଦର୍ଶାଉଛି। ସାଧାରଣ ଲୋକେ ଆଇନ ଉଲ୍ଲଂଘନ କଲେ ଜରିମାନା ଓ ଟଙ୍କା ଆଦାୟ କରାଯାଉଥିବା ବେଳେ ଦାୟିତ୍ଵରେ ଥିବା ସରକାରୀ କତୃପକ୍ଷ ପାଇଁ ମାଫ୍ କାହିଁକି ? ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ ଠାରେ ଅଭିଯୋଗ ହୋଇଛି।