ଦାଉଦ ଇବ୍ରାହିମ, ଛୋଟା ସକିଲ ଏବଂ ‘ଡି କମ୍ପାନୀ’ର ତିନି ଜଣ ସଦସ୍ୟଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା ଏନଆଇଏ

ନୂଆଦିଲ୍ଲୀ : ଏକ ଅନ୍ତର୍ଜାତୀୟ ଆତଙ୍କବାଦୀ ନେଟୱାର୍କ ଏବଂ ଏକ ଅନ୍ତର୍ଜାତୀୟ ସଂଗଠିତ ଅପରାଧିକ ସିଣ୍ଡିକେଟ୍ ଚଳାଇବା ଅଭିଯୋଗରେ ଆକ୍ସନ ନେଇଛି । ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମ, ତା ସହଯୋଗୀ ଛୋଟା ସକିଲ ଏବଂ ‘ଡି କମ୍ପାନୀ’ର ଅନ୍ୟ ତିନି ଜଣ ସଦସ୍ୟଙ୍କ ବିରୋଧରେ ପାଇଁ ଚାର୍ଜସିଟ୍ ଦାଖଲ କରିଛି ।

ଚାର୍ଜସିଟରେ ଥିବା ଅନ୍ୟ ଅଭିଯୁକ୍ତମାନଙ୍କ ମଧ୍ୟରେ ଅଛନ୍ତି ଆରିଫ ଅବୁବକର ଶେଖ, ସବିର ଅବୁବାକର ଶେଖ ଏବଂ ମହମ୍ମଦ ସଲିମ କୁରେଶୀ ।

ଏନଆଇଏ ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି ଯେ, ଡି-କମ୍ପାନୀର ସଦସ୍ୟମାନେ, ଏକ ଆତଙ୍କବାଦୀ ଗ୍ୟାଙ୍ଗ ଏବଂ ଏକ ସଂଗଠିତ ଅପରାଧ ସିଣ୍ଡିକେଟ୍, ବିଭିନ୍ନ ପ୍ରକାରର ବେଆଇନ କାର୍ଯ୍ୟକଳାପ କରି ଗ୍ୟାଙ୍ଗର ଅପରାଧିକ କାର୍ଯ୍ୟକଳାପକୁ ଆଗକୁ ବଢାଇଚାଲିଛନ୍ତି । ଏହି ଗ୍ୟାଙ୍ଗର ସଦସ୍ୟମାନେ ଲୋକମାନଙ୍କୁ ହତ୍ୟା, ଆକ୍ରମଣ ଧମକ ଦେଇ ବିପୁଳ ପରିମାଣରେ ଅର୍ଥ ଆଦାୟ କରୁଛନ୍ତି ଓ ଉକ୍ତ ଅର୍ଥକୁ ନିଜର ବେଆଇନ କାର୍ଯ୍ୟକଳାପ ଓ ଭାରତ ବିରୋଧୀ ଆତଙ୍କବାଦୀ କାର୍ଯ୍ୟ କରିବା ପାଇଁ ବ୍ୟବହାର କରାଯାଉଛି । ହାଓ୍ବାଲା ଚ୍ୟାନେଲ ମାଧ୍ୟମରେ ଭାରତରୁ ବିପୁଳ ପରିମାଣର ଅର୍ଥ ଦାଉଦ ପାଖକୁ ଯାଉଛି ଓ ଏହି ଅର୍ଥର କିିଛି ଅଂଶ ଆତଙ୍କବାଦୀମାନଙ୍କ ପାଖକୁ ଯାଉଛି ବୋଲି ଏନଆଇଏ କହିଛି ।

Related Posts