ଆସନ୍ତାକାଲି ଠାରୁ ମିଳିବ ନୀଳାଚଳ ଅବଢ଼଼ା

ପୁରୀ: ଆସନ୍ତାକାଲିଠୁ ମିଳିବ ନୀଳାଚଳ ଅବଢ଼଼ା । ଆଜି ଶ୍ରୀମନ୍ଦିରକୁ ମହାପ୍ରଭୁ ଫେରିବା ପରେ ଆସନ୍ତାକାଲି ଠୁ ନୀଳାଚଳ ଅଭଡ଼ା ମିଳିବ । ରଥଯାତ୍ରାରେ ମହାପ୍ରଭୁ ଯିବା ପରେ ରଥ ଉପରେ ଶୁଖିଲା ଭୋଗ ଓ ଫଳମୂଳ ଅର୍ପଣ କରାଯାଇଥିଲା। ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ମହାପ୍ରଭୁ ବିଜେ କରିବା ପରେ ଆଡ଼ପ ଅବଢ଼଼ା ଭୋଗ କରାଯାଇଥିଲା। ବାହୁଡ଼ା ଦିନ ଖେଚୁଡ଼ି ଭୋଗ ଖାଇ ପ୍ରଭୁ ନାକଚଣା ଦ୍ୱାର ଦେଇ ରଥକୁ ପହଣ୍ଡି ହୋଇଥିଲେ। ବାହୁଡ଼ା ଦିନ ରଥ ଉପରେ ବିଭିନ୍ନ ନୀତି ଅନୁଷ୍ଠିତ ହେବା ସହ ଶୁଖିଲା ଭୋଗ ଅର୍ପଣ ହୋଇଥିଲା। ଆଜି ନିଳାଦ୍ରୀ ବିଜେ କରି ଚତୁର୍ଦ୍ଧାମୂର୍ତି ରତ୍ନ ସିଂହାସନରେ ବିରାଜମାନ କରିବେ।

ଆସନ୍ତା କାଲି ମା’ ମହାଲକ୍ଷ୍ମୀଙ୍କ ହାତରନ୍ଧା ପ୍ରସାଦ ରୋଷ ଘରୁ ଆସି ରତ୍ନ ସଂହାସନ ନିକଟରେ ଭୋଗ ଲାଗି ହେବ। ଏହି ଭୋଗ ଲାଗି ହେବା ପରେ ଭକ୍ତଙ୍କୁ ମିଳିବ ମହାପ୍ରସାଦ।

Related Posts