ନିର୍ବାଚନ ପୁର୍ବରୁ ହିମାଚଳ ବିଜେପିକୁ ଝଟକା, କଂଗ୍ରେସ ରେ ଯୋଗଦେଲେ ପୂର୍ବତନ ରାଜ୍ୟ ସଭାପତି ଖିମି ରାମ ଶର୍ମା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) : ହିମାଚଳ ପ୍ରଦେଶର ବିଧାନସଭା ନିର୍ବାଚନ ପୂର୍ବରୁ ଶାସକ ବିଜେପିକୁ ଲାଗିଛି ଏକ ବଡ଼ ଧରଣର ଝଟ୍‌କା । ପୂର୍ବତନ ମନ୍ତ୍ରୀ ତଥା ହିମାଚଳ ପ୍ରଦେଶର ପୂର୍ବତନ ରାଜ୍ୟ ସଭାପତି ଖିମି ରାମ ଶର୍ମା କଂଗ୍ରେସରେ ସାମିଲ ହୋଇଛନ୍ତି। ନୂଆଦିଲ୍ଲୀରେ ରାଜ୍ୟ କଂଗ୍ରେସ ପ୍ରଭାରୀ ରାଜୀବ ଶୁକ୍ଲାଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ଯୋଗ ଦେଇଛନ୍ତି।ଖିମି ରାମ ନିଜର ପ୍ରଥମ ନିର୍ବାଚନ କୁଲୁ ଜିଲାରୁ ଲଢିଥିଲେ। ଦୁଇଥର ବିଧାୟକ ହୋଇଥିବା ଖିମିରାମ ଶର୍ମା ବିଜେପିର ରାଜ୍ୟ ସଭାପତି ଭାବେ ମଧ୍ୟ ଦାୟିତ୍ବ ତୁଲାଇଛନ୍ତି। ଧୁମଲ ସରକାରଙ୍କ ସମୟରେ ଜଙ୍ଗଲ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ଖିମ୍ ରାମ।

୨୦୧୭ ବିଧାନସଭା ନିର୍ବାଚନରେ ​​ଖିମି ରାମ ଶର୍ମାଙ୍କ ଟିକେଟ କଟିଥିଲା ଦଳ। ପରେ ତାଙ୍କୁ କୌଣସି ପଦବୀ ଦିଆଯାଇନଥିଲା ଓ ସଂଗଠନରୁ ମଧ୍ୟ ଦୂରେଇ ରଖାଯାଇଥିଲା। ଏଭଳି ପରିସ୍ଥିତିରେ ବର୍ତ୍ତମାନ ସେ କଂଗ୍ରେସରେ ଯୋଗ ଦେଇଛନ୍ତି। କଂଗ୍ରେସରୁ ନିଜର ଦ୍ଵିତୀୟ ଇନିଂସ ଆରମ୍ଭ ହୋଇଛି ବୋଲି କହିଛନ୍ତି ଖିମ ରାମ ଶର୍ମା।

Related Posts