ବିଜେପି ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ମିଶିବେ!

ଭୁବନେଶ୍ୱର,୨୯/୩ (ସତ୍ୟପାଠ ବ୍ୟୁରୋ): ବିଜେପି ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ । ସେ ତାଙ୍କର ଇସ୍ତଫା ପତ୍ର ରାଜ୍ୟ ସଭାପତିଙ୍କ ମନମୋହନ ସାମଲଙ୍କ ନିକଟକୁ ପଠାଇଛନ୍ତି । ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସୁକାନ୍ତ ୨୦୧୯ରେ ବିଜେଡି ଛାଡ଼ି ବିଜେପିକୁ ଆସି ନିର୍ବାଚନ ଜିତିଥିଲେ । ତେବେ ସେ କାହିଁକି ଦଳରୁ ଇସ୍ତଫା ଦେଇଛନ୍ତି ସେ ନେଇ କିଛି ସୂଚନା ଦେଇନଥିବା ବେଳେ ଏବେ ପୁଣିଥରେ ସେ ବିଜେଡିରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଛି ।

ସୂଚନାଯୋଗ୍ୟ ଯେ, ୨୦୧୪ ଲୋକସଭା ନିର୍ବାଚନରେ ବିଜେଡି ଟିକେଟରୁ ଜିତି ବିଧାୟକ ହୋଇଥିଲେ ସୁକାନ୍ତ । କିନ୍ତୁ ୨୦୧୯ରେ ଦଳ ତାଙ୍କୁ ଟିକେଟ ନ ଦେବାରୁ ଅସନ୍ତୁଷ୍ଟ ହୋଇ ସେ ବିଜେପିରେ ସାମିଲ ହୋଇଥିଲେ । ୨୦୧୯ରେ ବିଜେପି ଟିକେଟରେ ବିଧାୟକ ଭାବେ ଲଢି ନିର୍ବାଚନ ଜିତିଥିଲେ ସୁକାନ୍ତ । ତେବେ ବିଜେପିରୁ ଇସ୍ତଫା ଦେବା ପରେ ସୁକାନ୍ତ ପୁଣିଥରେ ବିଜେଡିକୁ ଫେରିବା ନେଇ ଏବେ ଚର୍ଚ୍ଚା ହୋଇଛି ।

ସେପଟେ ବିଜେଡି ନୀଳଗିରି ପାର୍ଥୀ ଘୋଷଣା କରିନଥିବା ବେଳେ ସୁକାନ୍ତଙ୍କ ଇସ୍ତଫା ସମସ୍ତଙ୍କୁ ଦ୍ଵନ୍ଦରେ ପକାଇଛି । ତେବେ ଏନେଇ ନିଜ ସମର୍ଥକଙ୍କ ସହିତ ଆଲୋଚନା କଲା ପରେ ସେ ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି କହିଛନ୍ତି ସୁକାନ୍ତ । ପରବର୍ତ୍ତୀ ସମୟରେ ଇସ୍ତଫା ଦେବା ପଛର କାରଣ କହିବେ ବୋଲି କହିଛନ୍ତି ସୁକାନ୍ତ କୁମାର ନାୟକ ।

Related Posts