ଶୀଘ୍ର ବିଲ ପାସ କରିଥିବା ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଲେ ଅର୍ଥମନ୍ତ୍ରୀ; ବିରୋଧୀଙ୍କୁ ନିଜ ରେକର୍ଡ ଦେଖିବାର ପରାମର୍ଶ ଦେଲେ ନିର୍ମଳା

nirmala

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ପେଗାସସ ଗୁପ୍ତଚର ମାମଲା ଏବଂ ନୂତନ କୃଷି ଆଇନକୁ ନେଇ ସଂସଦରେ ବାରମ୍ବାର ବିରୋଧୀ ଦଳ ହଟ୍ଟଗଳ କରୁଛନ୍ତି । ଏପରିକି ସଂସଦକୁ ମଧ୍ୟ ଅଚଳ କରିଦେଉଛନ୍ତି । ତେବେ ଏହି ସମୟରେ କିଛି ବିଲ ମଧ୍ୟ ପାରିତ ହୋଇଥିଲା । ଏହାକୁ ସହଜରେ ହଜମ କରି ପାରିନଥିଲେ ବିରୋଧୀ ଦଳ । ତେବେ ସରକାରଙ୍କ ଏପରି ଆଭିମୁଖ୍ୟକୁ କଠୋର ନିନ୍ଦା କରିବା ସହ ବିରୋଧୀ ଦଳ ଏନେଇ କଟାକ୍ଷ କରିଥିବାର ଦେଖିବା ପାଇଁ ମିଳିଥିଲା । ଏପରିକି ତୃଣମୂଳ କଂଗ୍ରେସର ଜଣେ ନେତା ଏହାକୁ ପାମଡି ଚାଟ ସହ ତୁଳନା କରିଦେଇଥିଲେ । ଅପରିପକ୍ଷରେ ବିରୋଧୀଙ୍କ ଏହି ଅଭିଯୋଗରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ଜବାବ ଦେଇଛନ୍ତି। ତେବେ ବିରୋଧୀ ଦଳ କେବଳ ସରକାରଙ୍କୁ ଦୋଷ ନ ଦେଇ ବିଶେଷ କରି କଂଗ୍ରେସ ଦଳର ପୂର୍ବ ରେକର୍ଡକୁ ଦୃଷ୍ଟି ଦେବା ଆବଶ୍ୟକ ବୋଲି ନିର୍ମଳା ସୀତାରମଣ କହିଥିଲେ ।

ଏହା ସହ ବିରୋଧୀମାନେ ବାରମ୍ବାର ଆରୋପ ଲାଗାଉଛନ୍ତି କି କେନ୍ଦ୍ର ସରକାର ଶୀଘ୍ର ବିଲ ପାସ କରୁଛନ୍ତି । ହେଲେ ୨୦୦୭ ମସିହାରେ କଂଗ୍ରେସ ଯାହା କରିଥିଲା ତାକୁ ମଧ୍ୟ ବିରୋଧୀ ଦଳମାନେ ମନେରଖିବା ଉଚିତ । ଅତି କମରେ ୧୧ ଟି ବିଲ ପାସ କରାଯାଇଥିଲା । ଏହା ପରେ ୨୦୧୧ ମସିହାରେ, ୟୁପିଏ କ୍ଷମତାରେ ଥିବାବେଳେ ସମ୍ବିଧାନ ବିଲ୍ ମଧ୍ୟ ଶୀଘ୍ର ପାରିତ ହୋଇଥିଲା। ଏପରିକି କପିଲ ସିବଲ ଏନେଇ ସ୍ୱିକାର ମଧ୍ୟ କରିଛନ୍ତି ବୋଲି ନର୍ମଳା ସୀତାରମଣ କହିଛନ୍ତି । ଅନ୍ୟପଟେ ପୀୟୁଷ ଗୋୟଲ ଏବଂ ପ୍ରହ୍ଲାଦ ଯୋଶୀ ବାରମ୍ବାର କହୁଛନ୍ତି ଯେ ଆମେ କଥା ହେବାକୁ ପ୍ରସ୍ତୁତ। ତଥାପି ବିରୋଧୀ ଆମକୁ କହୁଛନ୍ତି ଶୀଘ୍ର ବିଲ୍ ପାରିତ ହେଉଛି। ଏହା ସହ ଅନ୍ୟକୁ କହିବା ପୂର୍ବରୁ ନିଜ କଥାକୁ ବି ମନେପକାଇବା ଉଚିତ ବୋଲି ଅର୍ଥମନ୍ତ୍ରୀ କହିଥିଲେ ।

ଲୋକସଭାରେ କଂଗ୍ରେସ ସଂସଦୀୟ ଦଳର ନେତା ଆଧୀର ରଂଜନ ଚୌଧୁରୀ କହିଛନ୍ତି ସଂସଦରେ ଚାଲିଥିବା ଅସନ୍ତୋଷ ମଧ୍ୟରେ ସରକାର ହାରାହାରି ସାତ ମିନିଟରେ ଏକ ବିଲ୍ ପାସ୍ କରୁଛନ୍ତି। ଟିକସ ସଂସ୍କାର ସଂଶୋଧନ ବିଲ୍ ପ୍ରଣୟନକୁ ଆରଏସପିର ଏନ.କେ ପ୍ରେମଚନ୍ଦ୍ରନ ମଧ୍ୟ ବିରୋଧ କରିଥିଲେ। କେବଳ ଏତିକି ନୁହେଁ, ଟିଏମସି ସାଂସଦ ଡେରେକ ଓ’ବ୍ରାଇନ୍ ମଧ୍ୟ ସରକାର ଶୀଘ୍ର ବିଲ୍ ପାସ୍ କରିଥିବା ଅଭିଯୋଗ କରିଛନ୍ତି। ଅପରିପକ୍ଷରେ ଆଜି ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାରର ନାମ ବଦଳାଇବା ପରେ ସୋସିଆଲ ମିଡିଆରେ ବିରୋଧୀଙ୍କ କ୍ରୋଧ ସୃଷ୍ଟି ହୋଇଥିବାର ଦେଖିବା ପାଇଁ ମିଳିଥିଲା ।

Related Posts