ଏମ୍ ଏସ୍ ଧୋନୀଙ୍କ ଟ୍ୱିଟର ହ୍ୟାଣ୍ଡଲରୁ ବ୍ଲୁ-ଟିକ୍ ହଟାଇଲା ଟ୍ୱିଟର

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : କ୍ରିକେଟ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନୀଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରୁ ହଟିଲା ‘ବ୍ଲୁ ଟିକ୍’। ତେବେ ବର୍ତ୍ତମାନ ସୁଦ୍ଧା ଏହା ପଛର କାରଣ କଣ ଜଣାପଡିନି । ଧୋନି ସୋସିଆଲ ମିଡିଆର ସେତେଟା ସକ୍ରିୟ ନୁହଁନ୍ତି। ଏବଂ ଫେସବୁକ୍, ଟ୍ୱିଟର ଏବଂ ଇନଷ୍ଟାଗ୍ରାମରେ ଲକ୍ଷ ଲକ୍ଷ ଫଲୋର ଥିଲେ ମଧ୍ୟ ସେ ସେତେଟା ପୋଷ୍ଟ କରିନଥାନ୍ତି। ଟ୍ୱିଟରରେ ଧୋନୀଙ୍କର ୮.୨ ମିଲିୟନ ଫଲୋୟର୍ସ ଅଛନ୍ତି । 

ସେହିପରି ଫେସବୁକରେ ୨୬ ମିଲିୟନରୁ ଅଧିକ ଏବଂ ଇନଷ୍ଟାଗ୍ରାମରେ ୩୪.୫ ମିଲିୟନରୁ ଅଧିକ ଫଲୋୟର୍ସ ଅଛନ୍ତି। ତେବେ ଟିମ୍ ଇଣ୍ଡିଆର ଅନ୍ୟ ଖେଳାଳିଙ୍କ ଭଳି ସେ ସୋସିଆଲ ମିଡିଆରେ ଆକ୍ଟିଭ ନୁହନ୍ତି। 

 ଗତ ଜାନୁଆରୀ ୮ ତାରିଖରେ ସେ ଶେଷଥର ପାଇଁ ଟ୍ୱିଟ ଏବଂ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ । ତେଣୁ ଏହାକୁ ଆଖି ଆଗରେ ରଖି ଟ୍ୱିଟର ଧୋନୀଙ୍କ ଆକାଉଣ୍ଟରୁ ବ୍ଲୁ-ଟିକ୍ ଉଠାଇ ନେଇଥାଇ ପାରେ ବୋଲି କୁହାଯାଉଛି। ୧୫ ଅଗଷ୍ଟ ୨୦୨୦ ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ଏମଏସ ଧୋନି ବର୍ତ୍ତମାନ କେବଳ ଇଣ୍ଡିଆନ ପ୍ରିମିୟର ଲିଗ (IPL)  ରେ ଖେଳୁଛନ୍ତି ।

ସୂଚନାଯୋଗ୍ୟ ଯେ, ଟ୍ୱିଟର ଭେରିଫିକେସନ ପଲିସି ଅନୁଯାୟୀ ଯଦି କୌଣସି ବ୍ୟକ୍ତି ନିଜର ଆକାଉଣ୍ଟ ପରିବର୍ତ୍ତନ କରନ୍ତି ତେବେ ବ୍ଲୁ-ଟିକ୍ ହଟାଇଦିଆଯାଏ । ସେହିପରି ୬ ମାସ ଧରି ଲଗାତାର ଜଣକ ଆକାଉଣ୍ଟ ନିଷ୍କ୍ରିୟ ରହିଲେ ମଧ୍ୟ ଟ୍ୱିଟର ବ୍ଲୁ-ଟିକ୍ ହଟାଇ ଦେଇଥାଏ । 

Related Posts