ପୁଣି ଶରତ ପଟ୍ଟନାୟକଙ୍କ ନେତୃତ୍ବକୁ ଝଟକା; କଂଗ୍ରେସ ଛାଡିଲେ ଟାଣୁଆ ଯୁବନେତା ନିହାର ମହାନନ୍ଦ

ଭୁବନେଶ୍ଵର, ୧୨/୨ (ସତ୍ୟପାଠ ବ୍ୟୁରୋ): ୨୦୨୪ ନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସ ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବକୁ ପୁଣି ଏକ ବଡ ଝଟକା ଲାଗିଛି। ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ଟାଣୁଆ ଯୁବନେତା ନିହାର ମହାନନ୍ଦ । କଂଗ୍ରେସର ପୂର୍ବତନ ବରଗଡ ଜିଲା ସଭାପତି ତଥା ଅତାବିରାର ପୂର୍ବତନ ବିଧାୟକ ରହିସାରିଥିବା ନିହାର ଦଳରୁ ଇସ୍ତଫା ଦେଇଛନ୍ତି । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏବଂ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କୁ ସେ ନିଜ ଇସ୍ତଫା ପତ୍ର ଦେଇଛନ୍ତି ।

ତେବେ ସୂଚନାଯୋଗ୍ୟ ଯେ, ଗୋଟିଏ ଦିନ ପୂର୍ବରୁ ଦଳ ତାଙ୍କୁ ଜିଲ୍ଲା ସଭାପତି ପଦରୁ ହଟାଇଥିଲା । ସେପଟେ ଦଳରେ ରହି ସେ ଲୋକଙ୍କ ସେବା କରିପାରୁନାହାଁନ୍ତି ବୋଲି ନିଜ ଇସ୍ତଫା ପତ୍ରରେ ଲେଖିଛନ୍ତି ନିହାର। ତେବେ ତାଙ୍କୁ ସଭାପତି ପଦରୁ ହଟାଇବା ପରେ ସେ ଏମିତି ପଦକ୍ଷେପ ନେଇଥିବା ଅନୁମାନ କରାଯିବା ସହ ଆଗକୁ ସେ ବିଜେପିରେ ମିଶିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି ।

Related Posts