ସୋନିଆ ଗାନ୍ଧୀଙ୍କୁ ଭେଟିଲେ ନୀତୀଶ କୁମାର ଓ ଲାଲୁ ପ୍ରସାଦ ଯାଦବ

ନୂଆଦିଲ୍ଲୀ : ରବିବାର କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ । ହରିୟାଣାର ଫତେହାବାଦରେ ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଚୌଧୁରୀ ଦେବିଲାଲଙ୍କ ଜୟନ୍ତିରେ ଆୟୋଜିତ ଇନୋଲୋର ‘ସମ୍ମାନ ଦିବସ ରାଲି’ ପରେ ନୀତୀଶ କୁମାର ଲାଲୁ ଯାଦବଙ୍କୁ ନେଇ ୧୦ ଜନପଥରେ ପହଞ୍ଚିଥିଲେ ।

ବିହାରରେ କଂଗ୍ରେସ ମେଣ୍ଟସହ ନୂଆ ସରକାର ଗଠନ ହେବାପରେ ପ୍ରଥମ ଥର ଲାଗି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି । ଏହି ବୈଠକରେ ୨୦୨୪ ଲୋକ ସଭା ନିର୍ବାଚନରେ ବିରୋଧି ଏକଜୁଟ ହେବାକୁ ନେଇ ଚର୍ଚ୍ଚା ହୋଇଛି । ତେବେ ଏହି ବୈଠକ ପୂର୍ବରୁ ଶନିବାର ରାଷ୍ଟ୍ରୀୟ ଜନତା ଦଳ ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ କହିଥିଲେ ଏଥର ଭାଜପା ସଫା ହୋଇଯିବ । ଏହାସହ ସେ ଅମିଶ ଶାହାଙ୍କୁ ଟାର୍ଗେଟ କରି କହିଥିଲେ ଯେ ବିହାରରେ ସରକାର ଭାଙ୍ଗିଯିବା ପରେ ଶାହା ଏକ ପ୍ରକାର ପାଗଳ ହୋଇଯାଇ ଏଣେତେଣେ ଯାଉଛନ୍ତି ।
ସୂଚନାଯୋଗ୍ୟ, ଗୋଖାଦ୍ୟ ଦୁର୍ନୀତି ମାମଲାରେ ସଜା କାଟୁଥିବା ଓ ଅସୁସ୍ଥତା ପାଇଁ ଲାଲୁ ପ୍ରସାଦ ଯାଦବ ସକ୍ରିୟ ରାଜନୀତିଠାରୁ ଦୂରରେ ରହିଛନ୍ତି ।

Related Posts