୭୧ ବର୍ଷରେ ପାଦ ଦେଲେ ନୀତିଶ କୁମାର; ସେପଟେ ମଦ ଛାଡ଼ି କ୍ଷୀର ପିଇବାକୁ ଲୋକଙ୍କୁ ପ୍ରବର୍ତ୍ତାଇଲେ ଦଳୀୟ କାର୍ଯ୍ୟକର୍ତ୍ତା

ପାଟନା(ସତ୍ୟପାଠ ବ୍ୟୁରୋ): ବିହାର ମୁଖ୍ୟମନ୍ତ୍ରରୀ ନୀତିଶ କୁମାରଙ୍କ ଆଜି ୭୧ ତମ ଜନ୍ମଦିନ । ଏନେଇ ସାରା ଦେଶରୁ ନୀତିଶଙ୍କ ପାଇଁ ଶୁଭେଚ୍ଛା ବାର୍ତ୍ତା ମିଳୁଛି । ଏହି ସମୟ ମଧ୍ୟରେ ରାଜଧାନୀରେ ଜେଡିୟୁ କର୍ମଚାରୀମାନେ ଅନେକ କାର‌୍ୟ୍ୟକ୍ରମର ଆୟୋଜନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ବରିଷ୍ଠ ନେତା ରଣଭୀର ନନ୍ଦନ ୭୧ ଟି ଦ୍ୱିପ ଓ ୭୧ଟି ନଡ଼ିଆ ପୂଜା କରିଥିଲେ । ସେପଟେ ଜେଡିୟୁର ନେତାମାନେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜନ୍ମଦିନରେ ମଦଛାଡ଼ିବା ଅଭିଯାନ ଆରମ୍ଭ କରିଥିଲେ ଏବଂ କ୍ଷୀର ଅଭିଷେକ ମଧ୍ୟ କରିଥିଲେ। ତେବେ ପାଟନା ରାସ୍ତାରେ ମଦ ନିଷେଧକୁ ସଫଳ କରିବା ପାଇଁ ସେ ଏକ ସଚେତନତା ଅଭିଯାନ ଆରମ୍ଭ କରିଛନ୍ତି ।

ମଦ ଛାଡ଼ି କ୍ଷୀର ପିଇବାକୁ ସେମାନେ ଲୋକଙ୍କୁ ପ୍ରବର୍ତ୍ତାଇଥିଲେ । ଏହି ସମୟରେ ଲୋକଙ୍କୁ କ୍ଷୀର ମଧ୍ୟ ବଣ୍ଟାଯାଉଥିଲା । ଗରିବ ଲୋକଙ୍କ ମଧ୍ୟରେ କ୍ଷୀର ବଣ୍ଟନ କରିବା ସହିତ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଦୀର୍ଘ ଜୀବନ କାମନା କରିଥିଲେ । ଏହା ସହ ବିହାରର ଅନେକ ସ୍ଥାନମାନଙ୍କରେ ଲୋକମାନେ ନୀତିଶ କୁମାରଙ୍କର ଜନ୍ମଦିନ ପାଳନ କରୁଥିବାର ଦେଖିବାକୁ ମିଳିଛି । ନୀତିଶ କୁମାରଙ୍କ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଶୁଭେଚ୍ଛା ଜଣାଇଥିବାର ସୂଚନା ମିଳିଛି ।

Related Posts