
ଋଷ ଓ ୟୁକ୍ରେନ ମଧ୍ୟରେ ଲାଗିରହିଥିବା ଯୁଦ୍ଧ ଆଜିକୁ ୬ ଦିନରେ ପହଁଚିଛି । ଲଗାତାର ଭାବେ ଋଷ ସେନା ୟୁକ୍ରେନ ଉପରେ ଆକ୍ରମଣ କରିଚାଲିଛନ୍ତି । ଯୁଦ୍ଧ ଏବେ ଭୟଂକର ରୂପରେ ପରିଣତ ହୋଇଛି । ଚାରିଆଡ଼େ ଜଳୁଛି ନିଆଁ । ଯୁଦ୍ଧ ଏବେ ବିଶ୍ୱଯୁଦ୍ଧରେ ପରିଣତ ହେବାର ସମ୍ଭାବନା ସ୍ପଷ୍ଟ ହେଉଥିବା ବେଳେ ଏବେ ପୁରା ବିଶ୍ୱର ନଜର ରହିଛି ଏହି ଦୁଇ ଦେଶଙ୍କ ଉପରେ ।
ବର୍ତ୍ତମାନ ୟୁକ୍ରେନ୍ ର ରାଜଧାନୀ କିଭ୍ ଧ୍ୱସଂଲୀଳା ରଚିଚାଲିଛି ଋଷ । ଗୋଟିଏ ପରେ ଗୋଟିଏ ମିସାଇଲ ଆକ୍ରମଣରେ ଥରି ଉଠୁଛି ପୃଥିବୀ । ଏଭଳି ସଙ୍କଟମୟ ସ୍ଥିତିରେ କିଭ୍ରେ ଭାରତୀୟ ମାନଙ୍କୁ ତୁରନ୍ତ କିଭ୍ ଛାଡିବାକୁ ପରାମର୍ଶ ଦେଇଛି ୟୁକ୍ରେନ୍ରେ ଥିବା ଭାରତୀୟ ଦୂତାବାସ ।
ସୂଚନା ଅନୂସାରେ ଆଜି କିଭ୍ରେ ସ୍ଥିତିକୁ ଦେଖି ଭାରତୀୟ ଦୂତାବାସ ପକ୍ଷରୁ ନୂଆ ଆଡଭାଇଜରି ଜାରି କରାଯାଇଛି । ଯେଉଁଥିରେ ବିଶେଷ ଭାବରେ କିଭ୍ ରେ ଥିବା ଛାତ୍ରଛାତ୍ରୀ ମାନଙ୍କୁ ତୁରନ୍ତ କିଭ୍ ଛାଡି ଭାରତ ଚାଲିଆସିବାକୁ ପରାମର୍ଶ ଦିଆଯାଇଛି ।
ୟୁକ୍ରେନ ବିରୁଦ୍ଧରେ ଋଷର ସାମରିକ ଆକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ ମାନେ ୟୁକ୍ରେନ୍ ର ଯେଉଁଠାରେ ବି ରହିଛନ୍ତି ସମସ୍ତଙ୍କୁ ଦୂତାବାସ ସହିତ ଯୋଗାଯୋଗରେ ରହିବା ପାଇଁ ପୂର୍ବରୁ ଆଡଭାଇଜରି ଜାରି କରାଯାଇଥିଲା।