ନୀତିଶ ହେବେ NDA ର ଉପରାଷ୍ଟ୍ରପତି ପ୍ରାର୍ଥୀ !

ବିହାର: ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କୁ ନେଇ ଏବେ ଜୋର ଧରିଛି ଚର୍ଚା | ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ରାଜ୍ୟସଭାକୁ ନଯିବା ଓ ଉପରାଷ୍ଟ୍ରପତି ହେଵା ନେଇ ଇଛା ଥିବା ଖବର ତାଙ୍କୁ ଚର୍ଚାର ପରିସରକୁ ଆଣିଛି | ରାଜ୍ୟସଭାକୁ ଯିବାକୁ ସେ ବ୍ୟକ୍ତିଗତ ଭାବେ ଇଚ୍ଛା ପ୍ରକାଶ କରୁନଥିବା କହିଛନ୍ତି | ବୁଧବାର ଏକ ନ୍ୟୁଜ ଚ୍ୟାନେଲ ସହ ହୋଇଥିବା ଅନୌପଚାରିକ ଆଲୋଚନାରେ ନିତିଶ କହିଥିଲେ ସେ ତିନୋଟି ସଦନରେ ସଦସ୍ୟ ରହିସାରିଛନ୍ତି। କେବଳ ରାଜ୍ୟସଭା ବାକି ରହିଛି । ଗୁରୁବାର ସାମ୍ୱାଦିକମାନେ ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠରେ ନୀତିଶଙ୍କୁ ଏନେଇ ପ୍ରଶ୍ନ କରିଥିଲେ।

ମୁଁ ରାଜନୀତି ଆରମ୍ଭ କରିବା ସମୟରେ ବିଭିନ୍ନ ଅଞ୍ଚଳରେ ବହୁତ ବୁଲୁଥିଲି ଓ ଲୋକମାନଙ୍କ ସହିତ ମିଶୁଥିଲି। ଏହି ସମୟରେ ମୋର ସାଂସଦ ହେବାର ବହୁତ ଇଚ୍ଛା ଥିଲା। ପରେ ମୁଁ ସାଂସଦ ହୋଇଥିଲି। ଏହା ପୂର୍ବରୁ ମୁଁ ବିଧାୟକ ମଧ୍ୟ ଥିଲି। ପୁରାନାବାଢ ଲୋକସଭା କ୍ଷେତ୍ରରେ ନିଜର ପୁରୁଣା ସାଥୀମାନଙ୍କ ସହିତ ଭେଟିବାକୁ ନେଇ କରାଯାଇଥିବା ପ୍ରଶ୍ନରେ ସେ କହିଛନ୍ତି ବହୁତ ଦିନ ହେଲା ଏଥିପାଇଁ ମୁଁ ଯୋଜନା କରୁଥିଲି। ମୋର ପୁରୁଣା ସାଥୀ ସହଯୋଗୀମାନଙ୍କ ସହିତ ମିଶିବା ପାଇଁ ଚାହୁଁଥିଲି କିନ୍ତୁ ସମୟ ମିଳୁନଥିଲା । ଏହା ମଧ୍ୟରେ କରୋନା ମହାମାରୀ ମଧ୍ୟ ଆସିଥିଲା। ଏବେ ଯାଇ ପୁରୁଣା ସାଥୀ ଓ ସେଠାକାର ଲୋକମାନଙ୍କ ସହିତ ମିଶିଲି । ଅନ୍ୟ କିଛି କ୍ଷେତ୍ର ବାକି ଅଛି, ସେଠାକୁ ଭବିଷ୍ୟତରେ ଯିବି।

ମୁଖ୍ୟମନ୍ତ୍ରୀ ନିତିଶ କହିଛନ୍ତି, ବିଗତ ୧୬ ବର୍ଷ ହେଲା ବିହାର ଲୋକମାନଙ୍କର ସେବା କରୁଛି । ଏହି ୧୬ ବର୍ଷରେ ମୁଁ ରାଜ୍ୟର ସମସ୍ତ ଅଞ୍ଚଳ ଓ କ୍ଷେତ୍ର ପାଇଁ କାମ କରିଛି । ମୁଁ କୌଣସି କ୍ଷେତ୍ରକୁ ଛାଡ଼ି ବାଦ ଦେଇ ନାହିଁ । ସଡ଼କ, ପୋଲ-ସେତୁ, ନିର୍ମାଣ ହେଉ କିମ୍ୱା ବିଦ୍ୟାଳୟ ଓ ଡାକ୍ତରଖାନା ନିର୍ମାଣ। ସମସ୍ତ କ୍ଷେତ୍ରରେ ମୁଁ ବ୍ୟାପକ ଭାବେ ଉନ୍ନତି କରିଛି। ୨୦୦୬ ପୂର୍ବରୁ ରାଜ୍ୟର ସ୍ଥିତି ଓ ବର୍ତ୍ତମାନ ରାଜ୍ୟର ସ୍ଥିତି ମଧ୍ୟରେ ବହୁତ ବଡ଼ ପରବର୍ତ୍ତନ ଆସିଛି । ଏହା ପରିଷ୍କାର ଦେଖାଯାଉଛି। ପୂର୍ବ ଓ ଆଜିର ପାଟନା ମଧ୍ୟରେ ଅନେକ ପାର୍ଥକ୍ୟ ରହିଛି ।

ସେପଟେ ଶୁଣିବାକୁ ମିଳୁଛି ଯେ ମୁଖ୍ୟମନ୍ତ୍ରୀ ନିତିଶ କୁମାର ଉପରାଷ୍ଟ୍ରପତି ହେବାକୁ ଚାହୁଁଛନ୍ତି | ଯଦି ସେ ଉପରାଷ୍ଟ୍ରପତି ହୁଅନ୍ତି ତେବେ ତାଙ୍କୁ ସକ୍ରିୟ ରାଜନୀତିରୁ ଦୁରେଇ ଯିବାକୁ ପଡିବ | ଏପଟେ ଜନତା ଦଳ ୟୁନାଇଟେଡ଼( ଜେଡିୟୁ ) ପାଖରେ ସେମିତି କେହି ନେତା ନାହାନ୍ତି କି ଯିଏ ଦଳ କୁ ସମ୍ଭାଳି ପାରିବ | ତେବେ ଯଦି ମୁଖ୍ୟମନ୍ତ୍ରୀ ନିତିଶ କୁମାର NDA ର ଉପରାଷ୍ଟ୍ରପତି ପ୍ରାର୍ଥୀ ହୁଅନ୍ତି ତେବେ, ଅନ୍ୟ ନେତା ମାନେ ଏଣେ ତେଣେ ଯିବା ଆରମ୍ଭ କରି ଦେବେ |

Related Posts