![](https://www.satyapatha.com/wp-content/uploads/2022/04/WhatsApp-Image-2020-08-30-at-12.34.49-PM-716x431.jpeg)
ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଳକରେ ଘଟିଛି ଏକ ଅଭାବନୀୟ ଦୃଶ୍ୟ | ବ୍ଲକ୍ ଉନ୍ନୟନ ଅଧିକାରୀ (ବିଡ଼ିଓ)ଙ୍କୁ ସହକାରୀ ଯନ୍ତ୍ରୀ ଛୁରାମାଡ଼ କରିଥିବା ନେଇ ଅଭିଯୋଗ ହୋଇଛି | ଆହତ ବିଡ଼ିଓ ପ୍ରିୟରଞ୍ଜନ କୁମାର | ପ୍ରିୟରଞ୍ଜନ ମୁରିବାହାଲ ବ୍ଳକରେ ବିଡ଼ିଓ ଭାବେ କାର୍ଯ୍ୟ କରୁଥିବା ବେଳେ, ବିଡ଼ିଓଙ୍କ ହାତରେ ଆଘାତ ଲାଗିଛି। ପ୍ରାଥମିକ ଚିକିତ୍ସା ପରେ ଏବେ ସେ ସୁସ୍ଥ ଥିବା ଜଣାଯାଇଛି।
ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟା ସମୟରେ ବିଡ଼ିଓ ଆକାଉଣ୍ଟସ ଅଫିସର ଘେନୁରାମ ତାଣ୍ଡିଙ୍କ କୋଠରୀରେ ବସିଥିଲେ। ଏହି ସମୟରେ ସତ୍ୟନାରାୟଣ କୋଠରୀ ଭିତରକୁ ହଠାତ୍ ପଶି ଆସି ବିଡ଼ିଓଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ସେଠାରେ ଉପସ୍ଥିତ ଥିବା ଅଧିକାରୀମାନେ ସତ୍ୟନାରାୟଣଙ୍କୁ ଅଟକାଇବା ସହ ତାଙ୍କଠାରୁ ଛୁରୀ ଛଡ଼ାଇ ନେଇଥିଲେ। ପରେ ଏହି ଘଟଣା ନେଇ ଉତେଜନା ପ୍ରକାଶ ପାଇଥିଲା | ଆହତ ବିଡ଼ିଓ ଙ୍କୁ ଉପସ୍ଥିତ ଥିବା ଅଧିକାରୀ ମାନେ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲ ନେଇଥିଲେ | ପ୍ରାଥମିକ ଚିକିତ୍ସା ପତ୍ରେ ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ସୂଚନା ମିଳିଛି | ଅପରପକ୍ଷେ ଏହି ଘଟଣାକୁ ନେଇ ବିଡିଓ ଜିଲ୍ଲାପାଳଙ୍କୁ ଅବଗତ କରିବା ସହ ମୁରିବାହାଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ଅଭିଯୋଗକୁ ଭିର୍ତ୍ତି କରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି | କ’ଣ ପାଇଁ ବିଡ଼ିଓଙ୍କୁ ସହକାରୀ ଯନ୍ତ୍ରୀ ଆକ୍ରମଣ କଲେ ତାର କାରଣ ସ୍ପଷ୍ଟ ହୋଇନାହିଁ |