ଲାଲୁଙ୍କୁ ଭେଟିବା ପରେ ନୀତିଶଙ୍କ ପ୍ରତିକ୍ରିୟା; “ଆମ ସମ୍ପର୍କ ବହୁ ପୁରୁଣା, ଆମେ ସାଥିରେ ଥିଲୁ, ଅଛୁ ଏବଂ ରହିବୁ”

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଷ୍ଟ୍ରୀୟ ଜନତା ଦଳ ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ବୁଧବାର ଦିନ ଦିଲ୍ଲୀରୁ ପାଟନାରେ ପହଞ୍ଚିଛନ୍ତି। ବିମାନବନ୍ଦରରୁ ଲାଲୁ ରାବଡୀ ଦେବୀଙ୍କ ବାସଭବନକୁ ଯାଇଥିଲେ। ଏହି ସମୟରେ ଦଳୀୟ କର୍ମକର୍ତ୍ତାମାନେ ତାଙ୍କୁ ପାଛୋଟି ନେଇଥିଲେ। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ରାବଡୀ ଦେବୀଙ୍କ ବାସଭବନରେ ପହଞ୍ଚି ଲାଲୁଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିଥିଲେ।ଏହି ସମୟରେ ନୀତୀଶ କୁମାର ଏବଂ ଲାଲୁ ପ୍ରସାଦଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ବାର୍ତ୍ତାଳାପ ଚାଲିଥିଲା।

ଲାଲୁଙ୍କୁ ଭେଟିବା ପରେ ନୀତିଶ ସାମ୍ବାଦିକ ମାନଙ୍କ ସହ ଆଲୋଚନା କରିଥିଲେ, ତେବେ ସେ ସାମ୍ବାଦିକଙ୍କୁ ଲାଲୁ ଯାଦବଙ୍କୁ ଭେଟିବା ନେଇ କିଛି କହିନଥିଲେ ମଧ୍ୟ ଆମେ ସାଥିରେ ଥିଲୁ, ଅଛୁ ଏବଂ ରହିବୁ, ଆମ ସମ୍ପର୍କ ବହୁତ ପୁରୁଣା ବୋଲି କହିଥିଲେ ନୀତୀଶ କୁମାର। ରାଜ୍ୟକୁ ଜଙ୍ଗଲ ରାଜ୍ ଫେରିଛି ବୋଲି ବିରୋଧୀ ଲଗାତାର କରୁଥିବା ଅଭିଯୋଗ ଉପ‌ରେ ଯେତେବେଳେ ନୀତୀଶ କୁମାରଙ୍କୁ ସାମ୍ବାଦିକମାନେ ପ୍ରଶ୍ନ କରିିଥିଲେ, ଏହି ପ୍ରଶ୍ନର ଉତ୍ତରରେ ନୀତୀଶ କୁମାର କହିଥିଲେ ଯେ ବର୍ତ୍ତମାନ ଯାହା ମନକୁ ଆସିବ ସେମାନେ ସେ କଥା କହିବେ।

ନୀତୀଶଙ୍କ ସହ ତେଜସ୍ବୀ ଯାଦବ ଉପସ୍ଥିତ ଥିବାରୁ ତାଙ୍କୁ ଆଇନ ମନ୍ତ୍ରୀ କାର୍ତ୍ତେିକେୟ ସିଂହଙ୍କ ବିରୋଧରେ କୋର୍ଟ ଜାରି କରିଥିବା ୱାରେଣ୍ଟକୁ ପ୍ରଶ୍ନ କରାଯାଇଥିଲା। ବିରୋଧୀ କରୁଥିବା ସମାଲୋଚନା ବିଷୟରେ ପଚରାଯିବାରୁ ତେଜସ୍ବୀ କହିଥିଲେ, ବିରୋଧୀଙ୍କ ପାଖରେ କୌଣସି ପ୍ରସଙ୍ଗ ନାହିଁ ଏବଂ ରୋଜଗାର ପ୍ରସଙ୍ଗରେ ଆମେ ଯେଉଁଭଳି କାର୍ଯ୍ୟ ଆରମ୍ଭ କରିଛୁ ତାହା ବିରୋଧୀଙ୍କୁ ବ୍ୟତିବ୍ୟସ୍ତ କରିଛି। ଆମେ କ୍ଷମତାକୁ ଆସିଛୁ ଏବଂ ଆମ ସରକାର ନିରନ୍ତର ଲୋକଙ୍କ ପାଇଁ କାର୍ଯ୍ୟ ଜାରି ରଖିବେ।

Related Posts