ନୋ ଆଧାର କାର୍ଡ, ନୋ ଦାଣ୍ଡିଆ: ବିଶ୍ୱହିନ୍ଦୁ ପରିଷଦ

ମୁମ୍ୱାଇ : ଲଭ୍‌ ଜିହାଦକୁ ରୋକିବା ପାଇଁ ବିଶ୍ୱ ହିନ୍ଦୁ ପରିଷଦ ଦାଣ୍ଡିଆ ନାଚ ଉପରେ ନିଜ ହୁକୁମ ଚଳାଇବା ନେଇ ଯୋଜନା କରୁଛି । ଆସନ୍ତା ଦୁର୍ଗାପୂଜାରେ ନାଗପୁରରେ ହେବାକୁ ଥିବା ଗର୍ବା ଦାଣ୍ଡିଆ ନାଚ ପ୍ୟାଣ୍ଡେଲକୁ କୌଣସି ବ୍ୟକ୍ତି ବିନା ପରିଚୟ ପତ୍ର (ଆଧାର କାର୍ଡ)ରେ ପ୍ରବେଶ କରିପାରିବ ନାହିଁ ବୋଲି ନାଗପୁର ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ କୁହାଯାଛି।

ସୂଚନାଥାଉକି, ପ୍ରତ୍ୟକ ବର୍ଷ ନବରାତ୍ରିରେ ଦଶହରା ଉଲଲକ୍ଷେ ନାଗପୁରରେ ଦାଣ୍ଡିଆ ନାଚ ପାଇଁ ଉତ୍ସବ ଆୟୋଜନ କରାଯାଇଥାଏ। କିନ୍ତୁ ଚଳିତ ବର୍ଷ ଦାଣ୍ଡିଆ ଉତ୍ସବରେ ଭାଗ ନେବାକୁ ଆସୁଥିବା ପ୍ରତ୍ୟକ ବ୍ୟକ୍ତିଙ୍କୁ ତାଙ୍କର ପରିଚୟ ପତ୍ର ଆଣିବାକୁ ବାଧ୍ୟତାମୂଳକ କରାଯାଉ ବୋଲି ବିଶ୍ୱହିନ୍ଦୁ ପରିଷଦ ଦାବି କରିଛି।

ଜାତୀୟ ଗଣମାଧ୍ୟମ ‘ଇଣ୍ଡିଆ ଟୁଡେ’କୁ ବିଶ୍ୱ ହିନ୍ଦୁ ପରିଷଦ ବିଦର୍ଭ ପ୍ରାନ୍ତର ସଭାପତି ଗୋବିନ୍ଦ ସିନ୍ଦେ ପ୍ରତିକ୍ରିୟା ଦେଇ କହିଛନ୍ତି ‘’ପୋଲିସ ପ୍ରଶାସନ ଏବଂ ଆୟୋଜକମାନେ ସ୍ପଷ୍ଟ କରନ୍ତୁଯେ, ବିନା ପରିଚୟ ପତ୍ରରେ କୌଣସି ବ୍ୟକ୍ତି ଗର୍ବା ପେ୍ଣ୍ଡାଲ୍‌ ଭିତରକୁ ପ୍ରବେଶ କରିପାରିବେ ନାହିଁ।

ସେ ଆହୁରି କହିଛନ୍ତି,ସେମାନଙ୍କ ସଙ୍ଗଠନ ଗର୍ବା ଉତ୍ସବ ସମୟରେ ଲଭ୍‌ ଜିହାଦ ଘଟଣାକୁ ନିୟନ୍ତ୍ରଣ କରିବା ପାଇଁ ଗର୍ବା ପେଣ୍ଡାଲ୍‌ ଉପରେ ଦୃଷ୍ଟି ଦେବ। ସିନ୍ଦେ କହିଛନ୍ତି ଗର୍ବା ନୃତ୍ୟ ଉତ୍ସବ ସମୟରେ ଅସାମାଜିକ କାର୍ଯ୍ୟକଳାପ ହେବାର ଅନେକ ଥର ନଜର ରହିଛି। ଗର୍ବା କେବଳ ନୃତ୍ୟ ନୁହେଁ ବରଂ ଏହା ଏକ ସମ୍ମାନୀୟ ଓ ପୂଜନୀୟ, ଧାର୍ମିକ ଉତ୍ସାହ ଏବଂ ଭକ୍ତି ଭାବନାର ପ୍ରତୀକ।

ସେପଟେ ମଧ୍ୟପ୍ରଦେଶର ମନ୍ତ୍ରୀ ତଥା ବିଜେପି ନେତ୍ରୀ ଉଷା ଠାକୁର କହଛନ୍ତି ଯେ, ଗ୍ୱାଲିଅରରେ କୌଣସି ବ୍ୟକ୍ତି ବିନା ଆଧାର କାର୍ଡରେ ଗର୍ବା ପ୍ୟାଣ୍ଡେଲକୁ ପ୍ରବେଶ କରିପାରିବେ ନାହିଁ। ଗର୍ବା ପ୍ୟାଣ୍ଡେଲ୍‌ ଲଭ୍‌ ଜିହାଦର ମାଧ୍ୟମ ପାଲଟିଛି ବୋଲି ମଧ୍ୟ ସେ ଅଭିଯୋଗ ଆଣିଛନ୍ତି। ସମସ୍ତେ ସତର୍କ ଅଛନ୍ତି କେହି ଜଣେବି, ଏବେ ବିନା ପରିଚୟ ପତ୍ରରେ ପ୍ୟାଣ୍ଡେଲ ଭିତରକୁ ପ୍ରବଶ କରିପାରିବେ ନାହଁ ବୋଲି ଉଷା କହିଛନ୍ତି ।

Related Posts