
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଜେବି କଲେଜ୍ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର୍ ଧରିଛି । ଏହା ମଧ୍ୟରେ ଏହି ମାମଲାକୁ ନେଇ ଭୁବନେଶ୍ୱର ଡିସିପି ପ୍ରେସମିଟ କରିଛନ୍ତି । ତେବେ ରାଗିଂର ପ୍ରମାଣ ଏ ପର୍ଯ୍ୟନ୍ତ ମିଳି ନଥିବା ସେ କହିଛନ୍ତି l ରାଗିଂ ହେଇନହିଁ ବୋଲି କହିଛନ୍ତି ହଷ୍ଟେଲର ସାଙ୍ଗ ମାନେ । ପରିବାର ତରଫରୁ ମଧ୍ୟ କୌଣସି ପ୍ରମାଣ ମିଳିପାରୁ ନାହିଁ। ଏହି ଘଟଣାକୁ ସମ୍ବେଦନର ସହିତ ପୋଲିସ୍ ଆଗକୁ ନେଉଛି । ଏବେବି ତଦନ୍ତ ଜାରି ରହିଥିବା ସେ କହିଛନ୍ତି । ୩ଟି ତଦନ୍ତ ଟିମ ଗଠନ ହୋଇଛି । ରୁଚିକାଙ୍କ ସାଙ୍ଗ ମାନଙ୍କୁ ପଚରାଉଚରା ହୋଇଛି । ସାଇଣ୍ଟିଫିକ ଟିମ ଦ୍ୱାରା ମଧ୍ୟ ତଦନ୍ତ ପ୍ରକ୍ରିୟା ଆଗକୁ ବଢିଛି । ସେପଟେ ରୁଚିକାଙ୍କ ଫୋନରୁ ସମସ୍ତ ଡାଟା ଅଣାଯାଉଛି । କିନ୍ତୁ ସଫଳତା ମିଳିପାରି ନାହିଁ ।
ସେଥିପାଇଁ ତାଙ୍କ ମୋବାଇଲ୍କୁ ସିଙ୍ଗାପୁରକୁ ପଠାଯାଉଛି । ମନୋବିଜ୍ଞାନୀଙ୍କ ସହାୟତା ନିଆଯାଉଛି। ରାଗିଂ ନେଇ କୌଣସି ତଥ୍ୟ ସାମ୍ନାକୁ ଆସୁନାହିଁ । କମିଶନରେଟ ପୋଲିସ ପକ୍ଷରୁ 7077798111 ଏକ ନମ୍ବର ମଧ୍ୟ ଜାରି କରାଯାଇଛି । ଯେଉଁଥିରେ ଛାତ୍ରଛାତ୍ରୀମାନେ ଏହି ମାମଲାରେ ଜଡ଼ିତ ଯେକୌଣସି ତଥ୍ୟ ଦେଇପାରିବେ ଏବଂ ସେମାନଙ୍କର ପରିଚୟ ଗୋପନ ରଖାଯିବ ବୋଲି କୁହାଯାଇଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି ।