୧୬ ଜୁଲାଇରେ ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିପାରେ ବିଜେପି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଅଗଷ୍ଟ ୬ରେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ଏଥିପାଇଁ ୧୯ ଜୁଲାଇ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରାଯିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଇତି ମଧ୍ୟରେ ଆସନ୍ତା ୧୬ ତାରିଖରେ ବସିବାକୁ ଯାଉଛି ବିଜେପିର ପାର୍ଲ୍ୟାମେଣ୍ଟାରୀ ବୋର୍ଡ ର ବୈଠକ। ଏହି ବୈଠକ ରେ NDA ର ଉପରାଷ୍ଟ୍ରପତି ପ୍ରାର୍ଥୀ ଙ୍କ ନାମ ଉପରେ ମୋହର ଲାଗିବ ବୋଲି ସୂଚନା ମିଳିଛି।

ଉପରାଷ୍ଟ୍ରପତି ନିର୍ବାଚନ ରେ ବିଜେପି ର ସ୍ଥିତି ଦୃଢ଼ ରହିଛି ଦଳ ଏକାକୀ ଏହି ନିର୍ବାଚନ ଜିତିବାର ସାମର୍ଥ୍ୟ ରଖୁଛି। ତେଣୁ ବିରୋଧୀ ମାନେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ନଦେବା ନେଇ ଚର୍ଚ୍ଚା ହେଉଛି। ଏପରି ସ୍ଥିତି ହେଲେ ବିଜେପିର ପ୍ରାର୍ଥୀ ହିଁ ମଇଦାନ ରେ ରହିବେ ଓ ନିର୍ଦ୍ଵନ୍ଦରେ ନିର୍ବାଚିତ ହେବେ।

Related Posts