ଶ୍ରୀମନ୍ଦିର ପରିସରରେ କୌଣସି ଖନନ କାର୍ଯ୍ୟ ହେଉନାହିଁ ବରଂ ୪ଟି ଶୌଚାଳୟ ନିର୍ମାଣ ଚାଲିଛି: ପିନାକୀ ମିଶ୍ର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସଂସଦରେ ଉଠିଲା ଶ୍ରୀମନ୍ଦିର ପ୍ରସଙ୍ଗ । ଶ୍ରୀମନ୍ଦିର ଐତିହ୍ୟ କରିଡର ପାଇଁ କରାଯାଉଥିବା ଖନନ କାର୍ଯ୍ୟକୁ ବିରୋଧ କରି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ସଂସଦରେ ଏହି ପ୍ରସଙ୍ଗ ଉଠାଇଥିବାର ଦେଖିବାକୁ ମିଳିଛି । ତେବେ ଏନଏମଏର ବିନା ଅନୁମତିରେ କାମ ଚାଲିଛି ବୋଲି ଅପରାଜିତା କହିଛନ୍ତି । ସେପଟେ ଏହାର ଜବାବ ରଖିଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର । ସାଂସଦ ପିନାକୀ ମିଶ୍ର କହିଛନ୍ତି ଯେ, ଅପରାଜିତ ମାଡାମ୍ ଓଡିଶାରେ ଆଇଏଏସ୍ ଅଫିସର ଭାବେ କାମ କରିଛନ୍ତି । ଓଡିଶାରେ ନବୀନ ସରକାରଙ୍କର କୌଣସି ବି କାମ ବିନା ନିୟମରେ ହୁଏନାହିଁ ବୋଲି ସେ ଜାଣିଛନ୍ତି ।

ତେଣୁ ପୁରା ଭୁଲ୍ କହୁଛନ୍ତି । ଯାହାବି କାମ ହେଉଛି, ତାହା ଘଗଇର ଅନୁମତି ଅନୁସାରେ ହେଉଛି । ସେଇଟା ଏଏସ୍ଆଇରେ ମଧ୍ୟ ସାମିଲ ଅଛି । ସେଠାରେ କୌଣସି ଖନନ କାର‌୍ୟ୍ୟ ହେଉନାହିଁ । ବରଂ ୪ଟି ଶୌଚାଳୟ ନିର୍ମାଣ ଚାଲିଛି ।ସେଥିରେ ୨ଟି ପୁରୁଷ ଏବଂ ୨ଟି ମହିଳାଙ୍କ ଲାଗି ।ଜଗନ୍ନାଥଙ୍କ ଉପରେ କୌଣସି ବିପଦ ନାହିଁ ବୋଲି ପୁରୀ ସାଂସଦ ପିନାକୀ ମିଶ୍ର କହିଛନ୍ତି ।

Related Posts