ବାପାଙ୍କ ସହ ସମ୍ପର୍କ ନଥିଲେ ଝିଅକୁ ମିଳିବନି କୌଣସି ଅର୍ଥ: ସୁପ୍ରିମକୋର୍ଟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି । ଏଣିକି ବାପାଙ୍କ ସହ ସମ୍ପର୍କ ନଥିଲେ ଝିଅକୁ ମିଳିବନି କୌଣସି ଅର୍ଥ । ତେବେ କୋର୍ଟଙ୍କ କହିବା ମୁତାବକ, ଯଦି ଝିଅ ବାପାଙ୍କ ଠାରୁ ଅଲଗା ରହୁଥାଏ ବା ବାପାଙ୍କ ସହ କୌଣସି ସମ୍ପର୍କ ନରଖେ ତେବେ ବାପା, ଝିଅର କୌଣସି ଖର୍ଚ୍ଚ ବହନ କରିବାକୁ ବାଧ୍ୟ ନୁହଁନ୍ତି । ଜଷ୍ଟିସ୍ ସଂଜୟ କିଶନ୍ କୌଲ ଓ ଏମଏମ ସୁନ୍ଦରେଶଙ୍କୁ ନେଇ ଗଠିତ ବେଞ୍ଚ ଏକଦମ୍ପତ୍ତିଙ୍କର ଛାଡପତ୍ର ମାମଲାର ପିଟିସନ୍ ଶୁଣାଣି ସମୟରେ ଏପରି ରାୟ ଦେଇଛନ୍ତି । ଏହି ଛାଡପତ୍ର ମାମଲାରେ ପତ୍ନୀ ନିଜ ସ୍ୱାମୀଙ୍କ ଠାରୁ ଅର୍ଥ ଦାବି କରିଥିଲେ ।

ଅଦାଲତ ଉକ୍ତ ମହିଳାଙ୍କ ସ୍ୱାମୀଙ୍କୁ ସମସ୍ତ ଦାବି ପୂରଣ କରିବା ସହ ୧୦ ଲକ୍ଷ ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୨ ମାସ ଭିତରେ ଏହି ଟଙ୍କା କୋର୍ଟରେ ଜମା କରିବାକୁ କୋର୍ଟ କହିଥିବାବେଳେ ଏ ସମସ୍ତ ଅର୍ଥ କେବଳ ତାଙ୍କ ପତ୍ନୀଙ୍କୁ ଦିଆଯିବ ବୋଲି କହିଛନ୍ତି । ଏଥିରେ ବ୍ୟକ୍ତିଙ୍କ ଝିଅର କୌଣସି ଭାଗ ରହିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି ।

Related Posts