ଗୁଜୁରାଟ ପରେ ବର୍ତ୍ତମାନ କର୍ଣ୍ଣାଟକର ସ୍କୁଲ ପାଠ୍ୟକ୍ରମରେ ସାମିଲ ହୋଇପାରେ ଭଗବତ ଗୀତା !

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଗୁଜୁରାଟ ପରେ ବର୍ତ୍ତମାନ କର୍ଣ୍ଣାଟକର ସ୍କୁଲ ପାଠ୍ୟକ୍ରମରେ ସାମିଲ ହୋଇପାରେ ଭଗବତ ଗୀତା । କର୍ଣ୍ଣାଟକ ଶିକ୍ଷାମନ୍ତ୍ରୀ ବି,ସି ନାଗେଶ ଏନେଇ ସଂକେତ ଦେଇଛନ୍ତି । ନାଗେଶ ଶୁକ୍ରବାର ଦିନ କହିଛନ୍ତି କି ଭଗବତ ଗୀତା କେବଳ ହିନ୍ଦୁ ମାନଙ୍କ ପାଇଁ ନୁହେଁ ବରଂ ଏହାକୁ ପଢିବା ସମସ୍ତଙ୍କ ପାଇଁ ଆବଶ୍ୟକ । ତେଣୁ ଏହାକୁ ସ୍କୁଲ ପାଠ୍ୟକ୍ରମରେ ସାମିଲ କରିବାର ଆବଶ୍ୟକତା ରହିଛି ।

ସେପଟେ ଏହା ପୂର୍ବରୁ ଗୁଜୁରାଟର ବିଜେପି ସରକାର ଷଷ୍ଠ ଶ୍ରେଣୀ ଠାରୁ ଦ୍ୱାଦଶ ଶ୍ରେଣୀ ପର୍ୟ୍ୟନ୍ତ ସ୍କୁଲ ପାଠ୍ୟକ୍ରମରେ ଭଗବତ ଗୀତାକୁ ସାମିଲ କରିବା ନେଇ ନିଷ୍ପତ୍ତି ନେଇଛନ୍ତି । ଗୁଜୁରାଟ ଶିକ୍ଷାମନ୍ତ୍ରୀ ଜିତୁ ବଧାନୀ ଗୁରୁବାର ଦିନ ଏନେଇ ଘୋଷଣା କରିସାରିଛନ୍ତି । ଏହା ୨୦୨୨-୨୩ ଶିକ୍ଷାବର୍ଷରୁ ଲାଗୁହେବ ବୋଲି ଗୁଜୁରାଟ ଶିକ୍ଷାମନ୍ତ୍ରୀ କହିଛନ୍ତି ।

Related Posts