ପଦାର୍ଥ ବିଜ୍ଞାନରେ ଆଲେନ ଆସପେକ୍ଟ, ଆଣ୍ଚନ ଜିଲିଙ୍ଗର ଓ ଜନ କ୍ଲାଉଜଙ୍କୁ ମିଳିବ ନୋବେଲ ପୁରସ୍କାର

ଷ୍ଟକହୋମ : ଚଳିତ ବର୍ଷର ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଁ ଘୋଷଣା ହେଲା ନାଁ । ଆଲେନ ଆସପେକ୍ଟ, ଆଣ୍ଚନ ଜିଲିଙ୍ଗର ଓ ଜନ କ୍ଲାଉଜଙ୍କୁ ମିଳିବ ପୁରସ୍କାର । କ୍ବାଣ୍ଟମ୍ ଇନଫରମେସନ ସାଇନ୍ସ ଉପରେ ଯୁଗାନ୍ତକାରୀ ଗବେଷଣା ପାଇଁ ସେମାନଙ୍କୁ ଏହି ପୁରସ୍କାର ମିଳିବ ।

ଆଲେନା ଆସପେକ୍ଟ ପ୍ୟାରିସ ବିଶ୍ବବିଦ୍ୟାଳୟର ଜଣେ ପ୍ରଫେସର ଥିବାବେଳେ ଜନ କ୍ଲାଉଜର ଆମେରିକାର ଜଣେ ବୈଜ୍ଞାନିକ । ଆଣ୍ଟନ ଜିଲିଙ୍ଗର ଅଷ୍ଟ୍ରିଆ ସ୍ଥିତ ଭିଏନା ବିଶ୍ବ ବିଦ୍ୟାଳୟର ଜଣେ ପ୍ରଫେସର ।

ଏହି ତିନି ବୈଜ୍ଞାନିକ ଏନଟାଞ୍ଜେଲଡ୍ ଫୋଟନ, ବେଲ ଇନିକ୍ବାଲିଟିରେ ବିରୋଧାଭାସ ଓ କ୍ବାଣ୍ଟମ ଇନଫରମେସନ ସାଇନ୍ସ କ୍ଷେତ୍ରରେ ଯୁଗାନ୍ତକାରୀ ଗବେଷଣା କରିଛନ୍ତି ବୋଲି ନୋବେଲ କମିଟି କହିଛି ।

ଏନଟାନଞ୍ଜଲଡ୍ କ୍ବାଣ୍ଟମ ଷ୍ଟେଟ୍ (ଅବସ୍ଥା)ରେ ଦୁଇଟି କଣିକା ଅଲଗା ହୋଇଥିଲେ ବି ଗୋଟିଏ ଏକକ କଣିକା ପରି ବ୍ୟବହାର କରନ୍ତି ।

ଷ୍ଟକ୍‌ହୋମ୍‌ଠାରେ ନୋବେଲ କମିଟି ପକ୍ଷରୁ ବିଜେତାମାନଙ୍କ ନାମ ଘୋଷଣା କରାଯାଇଛି । ପୁରସ୍କାର ବାବଦରେ ବିଜେତାମାନଙ୍କୁ ୧୦ ନିୟୁତ ସ୍ୱିଡିସ୍‌ କ୍ରୋନର(ପ୍ରାୟ ୧୧୧୮୦୦୦ ଆମେରିକୀୟ ଡଲାର) ରାଶି ସମେତ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯିବ। ପୁରସ୍କାର ରାଶି ତିନି ଜଣଙ୍କ ମଧ୍ୟରେ ସମାନଭାବେ ଆବଣ୍ଟନ ହେବ ।

୧୯୦୧ରୁ ୨୦୨୧ ମଧ୍ୟରେ ୧୧୫ ଜଣ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପାଇସାରିଲେଣି । ସେମାନଙ୍କ ମଧ୍ୟରୁ ୪ ଜଣ ମହିଳା ଅଛନ୍ତି

Related Posts