ଉତ୍ତରାଖଣ୍ଡରେ ହିମସ୍ଖଳନ: ଦଶ ଜଣ ପ୍ରଶିକ୍ଷାର୍ଥୀ ପର୍ବତାରୋହୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଆଜି (ମଙ୍ଗଳବାର) ଉତ୍ତରାଖଣ୍ଡରେ ଘଟିଛି ଏକ ବଡ଼ ଅଘଟଣ । ଏକ ପର୍ବତ ଉପରେ ଏକ ହିମସ୍ଖଳନ ହୋଇଛି । ଫଳରେ ଦଶ ଜଣ ପ୍ରଶିକ୍ଷାର୍ଥୀ ପର୍ବତାରୋହୀଙ୍କ ମୃତ୍ୟୁ ଘଟିଛି। ଆଠ ଜଣଙ୍କୁ ଉଦ୍ଧାର କରାଯାଇଛି ଏବଂ ଏବେବି ଏହି ଘଟଣାରେ ନିଖୋଜ ଥିବା ଆଉ ୧୧ ଜଣ ପର୍ବତାରୋହୀଙ୍କୁ ଉଦ୍ଧାରକାରୀ ଦଳ ଖୋଜୁଛନ୍ତି। ସମସ୍ତ ପ୍ରଶିକ୍ଷାର୍ଥୀ ପର୍ବତାରୋହୀ ଉତ୍ତରକାଶୀର ନେହେରୁ ପର୍ବତାରୋହଣ ପ୍ରତିଷ୍ଠାନର ସଦସ୍ୟ ଥିଲେ।

ଉଲ୍ଲେଖଯୋଗ୍ୟ, ଉତ୍ତରାଖଣ୍ଡରେ ଆଜି ଏକ ବଡ଼ଧରଣର ହିମସ୍ଖଳନ ହେବା ଫଳରେ ଦାଣ୍ଡା-୨ ଶିଖରକୁ ଚଢ଼ୁଥିବା ଏକ ଟ୍ରେକିଂ ଗ୍ରୁପ୍‌ର ୨୦ ଅଧିକ ପର୍ବତାରୋହୀ ବରଫ ତଳେ ଫସି ଯାଇଥିଲେ। ଏମାନେ ସମସ୍ତେ ଉତ୍ତରକାଶୀର ନେହେରୁ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମାଉଣ୍ଟେନନିଅରିଙ୍ଗ ସଦସ୍ୟ ଥିଲେ। ଏହି ଗ୍ରୁପରେ ୪୦ ଜଣ ପର୍ବତାରୋହୀ ଏବଂ ପ୍ରାୟ ୧୫ ଜଣ ପ୍ରଶିକ୍ଷକ ଅନ୍ତର୍ଭୁକ୍ତ ଥିଲେ।

ହିମସ୍ଖଳନ ପରେ ଡ୍ରାଉପାଡି ଶିଖରକୁ ଯିବା ବାଟରେ ଏହି ୨୦ରୁ ଅଧିକ ପର୍ବତାରୋହୀ ଫସି ଯାଇଥିଲେ। ଏମାନଙ୍କୁ ଖୋଜିବା ଏବଂ ଉଦ୍ଧାର କରିବା ପାଇଁ ରାଜ୍ୟ ବିପର୍ଯ୍ୟୟ ବାହିନୀ ଏବଂ ଜାତୀୟ ବିପର୍ଯ୍ୟୟ ବାହିନୀକୁ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ m

Related Posts