ହିନ୍ଦୁ ଧର୍ମ ପ୍ରତି ଆସ୍ଥା ଓ ଶ୍ରଦ୍ଧା ଥିବା ଅଣହିନ୍ଦୁ ବ୍ୟକ୍ତି ମନ୍ଦିର ପ୍ରବେଶ କରିପାରିବେ : ମାଡ୍ରାସ ହାଇକୋର୍ଟ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ତାମିଲନାଡୁ ର ତିରୁବତର ଠାରେ ଅନୁଷ୍ଠିତ ହେଉଥିବା ପ୍ରସିଦ୍ଧ ଅରୁଲମିଗୁ କୁମ୍ବାବିଶେଗମ୍ ପର୍ବରେ ଅଣ ହିନ୍ଦୁମାନଙ୍କୁ ଅଂଶଗ୍ରହଣ କରିବାକୁ ଅନୁମତି ନଦେବା ପାଇଁ ଅଦାଲତରେ ଦାୟର ଏକ ପିଟିସନ ର ଶୁଣାଣି କରି ମାଡ୍ରାସ୍ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ମାନ୍ୟବର ହାଇକୋର୍ଟ କହିଛନ୍ତି, ହିନ୍ଦୁ ଦେବାଦେବୀଙ୍କ ପ୍ରତି ଆସ୍ଥା ରଖୁଥିବା ଯେକୌଣସି ଧର୍ମର ବ୍ୟକ୍ତିଙ୍କୁ ଏକ ମନ୍ଦିରକୁ ପ୍ରବେଶ କରିବାକୁ ବାରଣ କରାଯିବା ଉଚିତ୍ ନୁହେଁ। ଜଷ୍ଟିସ୍ ପି.ଏନ୍ ପ୍ରକାଶ ଏବଂ ଜଷ୍ଟିସ୍ ଆର ହେମାଲଥା ଙ୍କ ଖଣ୍ଡପୀଠ ମାମଲା କୁ ଏକ ବୃହତ୍ତର ଦୃଷ୍ଟିକୋଣ ରୁ ବିଚାର କରିବାକୁ ଯାଇ ଏକ ସୁନ୍ଦର ଉଦାହରଣ ମଧ୍ୟ ଦେଇଛନ୍ତି। ଡକ୍ଟର କେ.ଜେ ୟେସୁଦାସ ଭାରତର ଜଣେ ବହୁ ପ୍ରସିଦ୍ଧ ଏବଂ ଲୋକପ୍ରିୟ ଭଜନ କଣ୍ଠଶିଳ୍ପୀ। ସେ ବହୁ ଭାଷାରେ ଅନେକ ଲୋକପ୍ରିୟ ହିନ୍ଦୁ ଭଜନ ଗାଇଛନ୍ତି। ମାତ୍ର ୟେଶୁଦାସ ଜନ୍ମରୁ ଖ୍ରୀଷ୍ଟିଆନ। ଆଜିବି ଭାରତର ବହୁ ହିନ୍ଦୁ ମଠ ମନ୍ଦିରରେ ୟେଶୁଦାଶଙ୍କ କଣ୍ଠନିଶୃତ ଭଜନ ଶ୍ରଦ୍ଧା ଓ ଭକ୍ତି ସହ ପ୍ରତିଦିନ ବାଜୁଛି ବୋଲି ଖଣ୍ଡପୀଠ କହିଥିଲେ।

ତାଛଡା ହିନ୍ଦୁମାନେ ଅନେକ ଖ୍ରୀଷ୍ଟିଆନ ଚର୍ଚ୍ଚ ଓ ମୁସଲମାନଙ୍କ ଦର୍ଘା କୁ ମଧ୍ୟ ଯାଉଛନ୍ତି ବୋଲି କୋର୍ଟ ମତ ଦେଇଛନ୍ତି। ଏହି ଉଦାହରଣ ଦେବା ସହ କୋର୍ଟ ଏହା ମଧ୍ୟ ସୂଚାଇ ଦେଇଛନ୍ତି ଯେ ଯେତେବେଳେ ଏକ ମନ୍ଦିର ରେ କୁମ୍ଭବିଷେଗାମ ପରି ବିରାଟ ସର୍ବସାଧାରଣ ଧାର୍ମିକ ପର୍ବ ପାଳନ କରାଯାଏ, ସେତେବେଳେ ମନ୍ଦିରରେ ପ୍ରବେଶ ଅନୁମତି ଦେବା ପାଇଁ ଅଧିକାରୀଙ୍କ ପକ୍ଷରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଧାର୍ମିକ ପରିଚୟ ଯାଞ୍ଚ କରିବା ଅସମ୍ଭବ ଅଟେ।ଏହି ଆବେଦନ କୁ ଖାରଜ କରିବା ସହିତ କୋର୍ଟ ଏହା ମଧ୍ୟ କହିଛନ୍ତି: “ଆମର ବିବେଚିତ ମତରେ, ଯେତେବେଳେ ଏକ ମନ୍ଦିର ରେ କୁମାବାଶିଗାମ ପରି ଏକ ସାଧାରଣ ପର୍ବ ଅନୁଷ୍ଠିତ ହୁଏ, ସେତେବେଳେ ମନ୍ଦିରରେ ପ୍ରବେଶକୁ ଅନୁମତି ଦେବା ଉଦ୍ଦେଶ୍ୟରେ କର୍ତ୍ତୃପକ୍ଷ ପ୍ରତ୍ୟେକ ଭକ୍ତଙ୍କ ଧାର୍ମିକ ପରିଚୟ ଯାଞ୍ଚ କରିବା ଅସମ୍ଭବ ହେବ। ଯଦି ଅନ୍ୟ ଧର୍ମର ବ୍ୟକ୍ତି, ଏକ ନିର୍ଦ୍ଦିଷ୍ଟ ହିନ୍ଦୁ ଦେବତା ଉପରେ ବିଶ୍ୱାସ ରଖିଛନ୍ତି, ଯାହାକୁ ରୋକାଯାଇପାରିବ ନାହିଁ କିମ୍ବା ତାଙ୍କ ମନ୍ଦିରରେ ପ୍ରବେଶକୁ ମଧ୍ୟ ନିଷେଧ କରାଯାଇପାରିବ ନାହିଁ। ତେଣୁ ହିନ୍ଦୁ ଧର୍ମ ପ୍ରତି ଆସ୍ଥା ଓ ଶ୍ରଦ୍ଧା ଥିବା କୌଣସି ଅନ୍ୟ ଧର୍ମର ବ୍ୟକ୍ତି ମନ୍ଦିର ରେ ପ୍ରବେଶ କରିପାରିବେ ” ବୋଲି ଖଣ୍ଡପୀଠ ରାୟ ଶୁଣାଇଛନ୍ତି।

Related Posts