
ଭୁବନେଶ୍ବର : ରାଜଧାନୀରେ ଚାଞ୍ଚଲ୍ୟ । ପୁଣି ଏକ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ନିୟୁ ଫରେଷ୍ଟ ପାର୍କ ଅଞ୍ଚଳରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାରକରିଛି ପୋଲିସ । ମୃତ ଯୁବକ ଖୋର୍ଦ୍ଧା ସରବାରି ଗାଁର ଜ୍ୟୋତି ରଞ୍ଜନ ସାହୁ । ତେବେ କେଉଁ କାରଣ ପାଇଁ ସେ ଏପରି ଚରମ ନିଷ୍ପତ୍ତି ନେଲେ ତାହା ଅସ୍ପଷ୍ଟ ରହିଛି ।
ହେଲେ ମୃତକଙ୍କ ହାତରେ ବନ୍ଧା ହୋଇଛି କଡ଼ି । ତେଣୁ କେହି ହତ୍ୟା କରିଥିବା ସନ୍ଦେହ କରୁଛି ପୋଲିସ । ଜ୍ୟୋତି ଖୋର୍ଦ୍ଧା ମଳିପଡ଼ା କଲେଜରେ ଯୁକ୍ତ ୩ ରେ ପାଠ ପଢ଼ୁଥିଲେ । ପୋଲିସ ମୃତ ଶବକୁ ଜବତ କରି ବ୍ୟବଚ୍ଛେଦ କରିବାକୁ ପଠାଇଥିଲା । ଏୟାରପୋର୍ଟ ଥାନା ପୋଲିସ ନିଜ ଆଡୁ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି ।
ଜ୍ୟାତିରଞ୍ଜନଙ୍କ ବାପାଙ୍କ କହିବାନୁଯାୟୀ, ୩ମାସ ହେବ ଉକ୍ତ ଘରେ କାମ କରୁଥିଲା । ତେବେ ପୁଅ ଆତ୍ମହତ୍ୟା କରିବାର କିଛି ବି କାରଣ ନାହିଁ । ହାତରେ କଡି ପଡିଥିବା ବେଳେ ପାଟିରେ କପଡା ବନ୍ଧା ହୋଇ ପୁଅକୁ କେହି ଝୁଲାଇ ଦେଇଥିବା ସେ ଅଭିଯୋଗ କରିଛନ୍ତି । ଏଣୁ କମିସନରେଟ୍ ପୋଲିସ ଏହି ଘଟଣାର ବିଦ୍ଧିବଦ୍ଧ ତଦନ୍ତ କଲେ ଘଟଣାର ପ୍ରକୃତ ସତ ସାମ୍ନାକୁ ଆସିବ ।
ପୁଅର ମୃତ୍ୟୁ ଖବରକୁ ନେଇ ପରିବାର ଲୋକ ଭାଙ୍ଗି ପଡିଛନ୍ତି