ଉତ୍ତର ଭାରତୀୟ ଛାତ୍ରମାନେ ତାମିଲନାଡ଼ୁରେ କରୋନା ବିସ୍ତାର କରୁଛନ୍ତି: ସ୍ୱାସ୍ଥ୍ୟମନ୍ତ୍ରୀ ମା ସୁବ୍ରମଣ୍ୟନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ତାମିଲନାଡ଼ୁରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ପ୍ରତ୍ୟେକ ଦିନ ରାଜ୍ୟରେ ୧୦୦ରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହା ମଧ୍ୟରେ ତାମିଲନାଡ଼ୁର ସ୍ୱାସ୍ଥ୍ୟମନ୍ତ୍ରୀ ମା ସୁବ୍ରମଣ୍ୟନଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି । ତେବେ ତାମିଲନାଡୁର ସ୍ୱାସ୍ଥ୍ୟମନ୍ତ୍ରୀ ରାଜ୍ୟରେ କୋଭିଡ ମାମଲାର ବୃଦ୍ଧି ପାଇଁ ଉତ୍ତର ଭାରତୀୟ ଛାତ୍ରଙ୍କୁ ଦାୟୀ କରିଛନ୍ତି। ଏହା ସହ ଉତ୍ତର ଭାରତୀୟ ଛାତ୍ରମାନେ ତାମିଲନାଡୁରେ ଉଙଠଓଊ-୧୯ ବିସ୍ତାର କରୁଛନ୍ତି ବୋଲି କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ କେତେକ ଉତ୍ତର ଭାରତୀୟ ରାଜ୍ୟରେ କୋଭିଡ ମାମଲା ବଢ଼ୁଛି ବୋଲି କହିଛନ୍ତି । ସେପଟେ ତାମିଲନାଡୁ ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡ-୧୯ ର ୯୮ ଟି ନୂଆ ମାମଲା ରିପୋର୍ଟ କରିଛି । ଯାହା ସମୁଦାୟ ସଂଖ୍ୟାକୁ ୩୪,୫୫,୪୭୪ କୁ ଠେଲି ଦେଇଛି । ତେବେ ସମାନ ଅବଧିରେ କୌଣସି ମୃତାହତ ହୋଇ ନ ଥିବାରୁ ମୃତ୍ୟୁସଂଖ୍ୟା ଅପରିବର୍ତ୍ତିତ ରହିଛି। ଭାଇରାଲ୍ ରୋଗରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୩୪,୧୬,୯୦୭ କୁ ବୃଦ୍ଧି ପାଇଛି ।

Related Posts