ଏକା ଦିଲୀପ ନୁହଁ ସାଙ୍ଗରେ ଯିବେ ବିଜୟ

ବିଜେପିକୁ ଲାଗିପାରେ ବଡ ଝଟ୍‌କା । ଗୋଟିଏ ପଟେ ଅପରାଜିତା ଷଡଙ୍ଗୀ ଦଳରେ ସାମିଲ୍‌ ହେବାକୁ ଯାଉଥିବାବେଳେ ଦଳ ଛାଡିପାରନ୍ତି ଦୁଇ ବରିଷ୍ଠନେତା ବିଜୟ ମହାପାତ୍ର ଓ ଦିଲୀପ ରାୟ । ଲୋକଙ୍କୁ ମୁହଁ ଦେଖାଇବା ପାଇଁ କିଛି ଗୋଟିଏ ନିଷ୍ପତ୍ତି ନେବି ବୋଲି ଗତକାଲି ରାଉରକେଲା ବିଧାୟକ ଦିଲୀପ ରାୟ କହିବା ପରେ ଆଜି ତାଙ୍କୁ ସମର୍ଥନ ଜଣାଇଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ।

ଦ୍ୱିତୀୟ ବ୍ରାହ୍ମଣୀ ସେତୁ ଓ ଆଇଜିଏଚ୍‌କୁ ସୁପର୍ ସ୍ପେଶାଲିଟି ମେଡିକାଲ୍ କଲେଜ୍ କରିବା ପ୍ରସଙ୍ଗ ରାଉରକେଲାବାସୀଙ୍କର ମୌଳିକ ଦାବି ଅଟେ । ଯାହାର ଯଥେଷ୍ଟ ଯଥାର୍ଥତା ରହିଛି ଏବଂ ଏହି ଦାବିକୁ ଦିଲୀପ ଦୀର୍ଘଦିନରୁ ଉଠାଇ ଆସୁଛନ୍ତି କିନ୍ତୁ ଦଳ ଓ ସରକାର ଯାହା ଅନୁଭବ କରିବାରଥିଲା ତାହା କଲେନାହିଁ ଯାହାଦ୍ୱାରା ଦିଲୀପ ବିଧାୟକଭାବେ ନିନ୍ଦିତ, ଅପମାନିତ ହେଉଥିବାରୁ ବିକଳ୍ପ ପଦକ୍ଷେପ ନେବାପାଇଁ ବାଧ୍ୟ ହୋଇପାରନ୍ତି ବୋଲି ବିଜୟ କହିଛନ୍ତି । ଏନେଇ ଆଗାମୀ 28 ତାରିଖରେ ଦୁହେଁ ମିଶି କିଛି ନିଷ୍ପତ୍ତି ନେବୁ ବୋଲି ସୂଚନା ମଧ୍ୟ ଦେଇଛନ୍ତି ବିଜୟ ମହାପାତ୍ର ।

Related Posts