ଖାରବେଳଙ୍କୁ ପୁଣି ଆକ୍ରମଣ

ଉତ୍କଳ ଭାରତ ପାର୍ଟି ସଭାପତି ତଥା ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁଙ୍କ ଉପରେ ପୁଣିଥରେ ଆକ୍ରମଣ ହୋଇଛି । ରାୟଗଡା ଜିଲ୍ଲା କାଶୀପୁରଠାରେ ତାଙ୍କ ଦଳ ପକ୍ଷରୁ ଆୟୋଜିତ ଓଡିଶା ଭାଗ୍ୟ ପରିବର୍ତ୍ତନ ଯାତ୍ରାରେ ଏହି ଅଘଟଣ ଘଟିଛି । ଶ୍ରୀ ସ୍ୱାଇଁ ସରକାରଙ୍କ ବିରୁଦ୍ଧରେ ଭାଷଣ ଦେବା ସମୟରେ ଜଣେ ଯୁବକ ତାଙ୍କୁ ବାଧା ଦେଇଥିଲେ ଓ ପରେ ଆକ୍ରମଣ କରିଥିଲେ ।

ବିଜେଡି ନେତୃତ୍ୱାଧିନ ସରକାରର କୁଶାସନ, ଭ୍ରଷ୍ଟାଚାର ଓ ଟଙ୍କିକିଆ ଚାଉଳ ବିରୁଦ୍ଧରେ କହିବାରୁ ମୋ ଉପରେ ଆକ୍ରମଣ ହୋଇଥିବା କହିବା ସହିତ ସଭା ପୂର୍ବରୁ ଓ ଆକ୍ରମଣ ପରେ ମଧ୍ୟ ପୋଲିସ୍‌କୁ ଜଣାଇବା ସତ୍ତ୍ୱେ କାଶୀପୁର ପୋଲିସ୍‌ ଘଟଣାସ୍ଥଳକୁ ଆସିନଥିବା ଅତ୍ୟନ୍ତ କ୍ଷୋଭର ସହିତ କହିଛନ୍ତି ଖାରବେଳ । । ପୂର୍ବରୁ ମଧ୍ୟ ତାଙ୍କୁ କେନ୍ଦ୍ରାପଡା ଜିଲ୍ଲା ଆଳି ଓ ବାଲେଶ୍ୱର ଜିଲ୍ଲା ଖଇରା ଠାରେ ବିଜେଡି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ଆଣିଥିଲେ ଖାରବେଳ । ଏହି ଘଟଣାକୁ କଂଗ୍ରେସ ଓ ବିଜେପି ଦୃଢ ଭାବେ ନିନ୍ଦା କରିଥିବାବେଳେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ନିନ୍ଦା କରିବା ସହିତ ଅଭିଯୁକ୍ତକୁ ପୋଲିସ୍‌ ଅଟକ ରଖିଛି ଓ ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କିନ୍ତୁ ଖାରବେଳବାବୁ ବିଜେଡିର କୌଣସି ସଂପୃକ୍ତି ନଥିଲେ ମଧ୍ୟ ସବୁ ପ୍ରସଙ୍ଗରେ ବିଜେଡିକୁ ଆକ୍ଷେପ କରୁଛନ୍ତି ବୋଲି ମଧ୍ୟ କହିଛନ୍ତି ।

Related Posts