‘ପିଠା’ ଯୋଜନାକୁ ବିରୋଧୀଙ୍କ ସମାଲୋଚନା

ସାଧାରଣ ନିର୍ବାଚନକୁ ଆଉ ମାତ୍ର ମାସ କେଇଟା ବାକି ଥିବାବେଳେ ରାଜ୍ୟ ସରକାରଙ୍କ ଏକ ନୂଆ ଯୋଜନା ଘୋଷଣାକୁ ନେଇ ଜୋର ଧରିଛି ରାଜନୀତି ।

ପିପୁଲ୍ସ ଏମ୍ପାୟରମେଣ୍ଟ ଏନେବ୍ଲିଂ ଟ୍ରାନ୍ସପରେନ୍ସି ଆଣ୍ଡ ଆକାଉଣ୍ଟେବିଲିଟି ଅଫ୍‌ ଓଡ଼ିଶା ଇନିସିଏଟିଭ ବା PITHA ନାମକ ଏକ ନୂଆ ଅଭିଯାନ ବାବଦରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । ଯୋଜନାର କାର୍ଯ୍ୟକାରିତା ନେଇ ମଙ୍ଗଳବାର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା ।

ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଆଗାମୀ ୩ମାସ ଯାଏ ଏହି ଯୋଜନା ଚାଲିବ । ପ୍ରତି ମାସ୧୫ରୁ ୨୦ ତାରିଖ ଯାଏଁ ଶିବିର ଚାଲିବ । ଶିବିରରେ ସିଧାସଳଖ ଲୋକେ ସେମାନଙ୍କ ସମସ୍ୟା ସରକାରୀ ଅଧିକାରୀଙ୍କୁ ଜଣାଇପାରିବେ । ପଥପ୍ରାନ୍ତ ନାଟକ, ଲିଫ୍‌ଲେଟ୍‌, ଫିଲ୍ମ ଜରିଆରେ ସରକାରଙ୍କ ଜନହିତକାର କାମ ବାବଦରେ ଲୋକଙ୍କୁ ସଚେତନ କରାଯିବ ।

ସବୁ ବିଭାଗ ଅଧିକାରୀ ଉପସ୍ଥିତ ରହି ଲୋକଙ୍କୁ ସଚେତନ କରାଇବା ସହ ସମସ୍ୟା ଶୁଣିବେ । ତେବେ ଏହାକୁ ବିରୋଧୀ କଡ଼ା ସମାଲୋଚନା କରିଛନ୍ତି । ୧୯ ବର୍ଷର ଶାସନ କାଳ ଭିତରେ ନିଜ ଯୋଜନା ବିଷୟରେ ଲୋକଙ୍କୁ ଜଣାଇପାରିଲେ ନାହଁ । ଏବେ ନିର୍ବାଚନକୁ ଆକି ଆଗରେ ରଖି ‘ପିଠା’ ମାଧ୍ୟମରେ ନିର୍ବାଚନ ପ୍ରଚାର କରାଯିବ ବୋଲି କହିଛନ୍ତି ବିରୋଧୀ ।

ସରକାରଙ୍କ ଅପାରଗତା ବାବଦରେ ଲୋକେ ବୁଝିସାରିଲଲେଣି । ଏହି ଯୋଜନାର କିଛି ଫରକ ପଡ଼ିବନି ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ବିରୋଧୀ ।

Related Posts