ନୁପୁର ଶର୍ମାଙ୍କୁ ଧମକ ଦେବା ପଡ଼ିଲା ମହଙ୍ଗା; ଗିରଫ ହେଲେ ଭୀମ ସେନା ମୁଖ୍ୟ ସତପାଲ ତନୱାର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନୁପୁର ଶର୍ମାଙ୍କୁ ଧମକ ଦେବା ପଡ଼ିଲା ମହଙ୍ଗା । ତେବେ ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ବିଜେପିର ପୂର୍ବତନ ପ୍ରବକ୍ତା ନୁପୂର ଶର୍ମାଙ୍କୁ ଜୀବନରୁ ମାରି ଦେବାକୁ ତଥା ତାଙ୍କ ଜିଭ କାଟିଦେବାକୁ ଧମକ ଦେଇଥିବାରୁ ଗିରଫ ହୋଇଛନ୍ତି ଭୀମସେନା ମୁଖ୍ୟ ସତପାଲ ତନୱାର । କେବଳ ନୁପୁର ଶର୍ମାଙ୍କୁ ଧମକ ନୁହେଁ ବରଂ ନୁପୂରଙ୍କ ଜିଭ କାଟିଆଣିଦେବ ତାଙ୍କୁ ୧ କୋଟି ଟଙ୍କା ପୁରସ୍କାର ବାବଦରେ ମିଳିବ ବୋଲି ଘୋଷଣା କରିଥିଲେ ଭୀମସେନା ମୁଖ୍ୟ । ଏହା ପୂର୍ବରୁ ମଧ୍ୟ ଜ୍ଞାନବାପୀ ମସଜିଦର ପରିସରରୁ ମିଳିଥିବା ଶିବଲିଙ୍ଗ ଉପରେ ଦଙ୍ଗା ସୃଷ୍ଟି କାରୀ ମନ୍ତବ୍ୟ ଦେଇଥିଲେ ସତପାଲ ତମ୍ବର ।

ଏହାପରେ ଏକ ସାମ୍ବାଦିକ ସମ୍ମିଳନୀରେ ନୂପୂର ଶର୍ମା ପ୍ରଫେଟ ମହମ୍ମଦଙ୍କ ଉପରେ ମନ୍ତବ୍ୟ ଦେବା ପରେ ସେ ଆହୁରି ଉଗ୍ର ହୋଇଉଠିଥିଲେ । ତେବେ ଜନସଭାରେ ନୂପୂର ଶର୍ମାଙ୍କ ଜିଭ କାଟି ଆଣିବାକୁ କହୁଥିବାର ଏକ ଭିଡିଓ ସାଇବର ସେଲର ହାତରେ ଲାଗିବା ପରେ ତାଙ୍କ ବିରୋଧରେ ଏକାଧିକ ସଙ୍ଗୀନ ମାମଲା ରୁଜୁ କରାଯାଇଥିଲା । ଏପରି ସମୟରେ ଦିଲ୍ଲୀ ପୋଲିସ ସ୍ପେଶାଲ ସେଲର ଇଣ୍ଟେଲିଜେନ୍ସ ଫ୍ୟୁଜନ୍ ଆଣ୍ଡ୍ ଷ୍ଟ୍ରାଟେଜିକ୍ ଅପରେସନ୍ସ (ଆଇଏଫଏସଓ)ର ୟୁନିଟ୍ ଯାଇ ସତପାଲଙ୍କୁ ତାଙ୍କ ଗୁରୁଗ୍ରାମ ଘରୁ ଗିରଫ କରିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts