ଅଗ୍ନିପଥ ବିବାଦ; ବିରୋଧ ପରେ ବଦଳିଲା ନିୟମ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ସାରା ଦେଶରେ ବିରୋଧ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ସରକାର ଚାକିରି ନିୟମ ପରିବର୍ତ୍ତନ କରିଥିବାର ସୂଚନା ମିଳିଛି । ତେବେ ଏହି ଯୋଜନାରେ ସର୍ବାଧିକ ବୟସ ସୀମା(ଅପର ଏଜ୍ ଲିମିଟ୍) ୨୧ରୁ ୨୩କୁ ବୃଦ୍ଧି କରିଛନ୍ତି। ପୂର୍ବରୁ ସେନାରେ ପ୍ରବେଶ ପାଇଁ ବୟସ ଯୋଗ୍ୟତା ୧୭.୫ରୁ ୨୧ ବର୍ଷ ପର‌୍ୟ୍ୟନ୍ତ । ତଥାପି ଅଶାୟୀମାନେ ନାଖୁସ ଅଛନ୍ତି। ଏହି ଯୋଜନାକୁ ବିରୋଧ କରି ଦେଶର ଅନେକ ସ୍ଥାନରେ ଆନ୍ଦୋଳନ ଜାରି ରହିଛି। ମୁଖ୍ୟତଃ ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ହରିୟାଣା, ରାଜସ୍ଥାନ ଏବଂ ଦିଲ୍ଲୀରେ ଛାତ୍ର ଆନ୍ଦୋଳନ ଦେଖିବାରେ ମିଳିଛି। ଅଗ୍ନିପଥ ଯୋଜନାରେ ୪ ବର୍ଷିଆ ସ୍କିମକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଆର୍ମିରେ ସେବା କରିବା ପାଇଁ ସରକାର ଗତ ମଙ୍ଗଳବାର ଅଗ୍ନିପଥ ସ୍କିମ ନାମରେ ଏକ ଯୋଜନା ଆଣିଥିଲେ।

ଏହା ଏକ ସାମୟିକ ନିଯୁକ୍ତି ସ୍କିମ। ଏହି ଯୋଜନାରେ ଅନୁସାରେ ୧୭.୫ ବର୍ଷରୁ ୨୧ବର୍ଷ ମଧ୍ୟରେ ଯୁବକଙ୍କୁ ସୁଯୋଗ ମିଳିବାର ବ୍ୟବସ୍ଥା କରାଯାଇଛି। ପ୍ରାଥିମିକ ପର‌୍ୟ୍ୟାୟରେ ଚାକିରିର ବୈଧତା ୪ ବର୍ଷ ପାଇଁ ରଖାଯାଇଛି। ଯେଉଁ ଯୋଜନାକୁ ନେଇ ଆଶାୟୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଫଳରେ ସେନାର ଆଶାୟୀମାନେ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତକାଲି ବିହାରରେ ଅପ୍ରୀତିକର ପରିସ୍ଥତି ସୃଷ୍ଟି ହୋଇଛି। ସେପଟେ ଉତ୍ତ୍ୟକ୍ତ ଛାତ୍ର ଗୋଷ୍ଠୀ ଟ୍ରେନ୍ ଜାଳିଦେବା ସହ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଫଳରେ ଅନେକ ଟ୍ରେନ୍ ଚଳାଚଳରେ ବାଧାପ୍ରାପ୍ତ ଉପୁଜିଥିଲା। ବିହାର ବକ୍ସାର ଜିଲ୍ଲାରେ ପ୍ରାୟ ୧୦୦ ଜଣ ଯୁବକ ଟ୍ରେନ୍ ଲାଇନ୍ ଉପରେ ଧାରଣା ଦେଇଥିଲେ। ଫଳରେ ପାଟନାରୁ ଯାତ୍ରା କରୁଥିବା ଜନଶତାବ୍ଦୀ ଏକ୍ସପ୍ରେସ୍ ସମେତ ଅନେକ ଟ୍ରେନ୍ ଚଳାଚଳ କରିବାରେ ବାଧାପ୍ରାପ୍ତ ହୋଇଥିଲା।

Related Posts