“ଧର୍ମେନ୍ଦ୍ର ଭାଇ, ମଧ୍ୟପ୍ରଦେଶ ରେ ଶୋଇଥିଲେ କି” – ବବି

ସତ୍ୟପାଠ(ବ୍ୟୁରୋ) ୨୪/୧୨: ପଞ୍ଚାୟତ ନିର୍ବାଚନରେ ଓବିସି ସଂରକ୍ଷଣ ପ୍ରସଂଗରେ ଧର୍ମେନ୍ଦ୍ର ପ୍ରଧାନ ଓ ବବି ଦାସ ମୁହାଁ ମୁହିଁ ହୋଇଛନ୍ତି। ଆଗାମୀ ପଂଚାୟତ ନିର୍ବାଚନ ରେ ଓବିସି ଓ ପଛୁଆବର୍ଗ ଙ୍କ ପାଇଁ କୌଣସି ଆସନ ସଂରଂକ୍ଷିତ ରହିବାନାହିଁ ବୋଲି ମାନ୍ୟବର ହାଇକୋର୍ଟ ଙ୍କ ଖଣ୍ଡପୀଠ ରାୟ ଦେବାପରେ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରଣବ ପ୍ରକାଶ ଦାସଙ୍କ ମଧ୍ୟରେ ଟୁଇଟରରେ ଆରମ୍ଭ ହୋଇଯାଇଛି ୩-୩ ଟୁଇଟ ଯୁଦ୍ଧ। ଏ ଯାବତ୍ ଧର୍ମେନ୍ଦ୍ରଙ୍କ ୩ ଟି ଟୁଇଟ ର ଜବାବ ରେ ବବି ଛାଡିଛନ୍ତି ଠିକ୍ ୩ ଟି ଟୁଇଟ।

ଗତକାଲି ବିଳମ୍ବିତ ରାତିରେ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମେ ଓ ବି ସି ସଂରକ୍ଷଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଟୁଇଟ କଲେ। ଧର୍ମେନ୍ଦ୍ରଙ୍କ ଅଭିଯୋଗ ଥିଲା ଯେ ଓବିସି ଓ ପଛୁଆବର୍ଗ ଙ୍କୁ ପଂଚାୟତ ନିର୍ବାଚନରେ ସଂରକ୍ଷଣ ସୁବିଧା ମିଳୁ ସେଥିପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ।ଖାଲି ସେତିକି ନୁହଁ, ସଂରକ୍ଷଣ ପ୍ରସ୍ତାବ ହାଇକୋର୍ଟରେ କାଟ ଖାଉ ସେଥିପାଇଁ ନବୀନ ବାବୁଙ୍କ ବିଜେଡି ସରକାର ଅଦାଲତରେ ଚଞ୍ଚକତା କରିଛନ୍ତି ବୋଲି ଧର୍ମେନ୍ଦ୍ର ରାଜ୍ୟ ସରକାରଙ୍କ ନିଷ୍ଠା ଉପରକୁ ଅଙ୍ଗୁଳି ଉଠେଇଛନ୍ତି।

ଧର୍ମେନ୍ଦ୍ର ତାଙ୍କ ଟୁଇଟରେ ଯେଉଁ କଥା କୁ ଖୋଲି ଦେବାକୁ ଚେଷ୍ଟା କରିଛନ୍ତି ସେଇଟା ହେଲା ଯେ ରାଜ୍ୟ ସରକାର ଅଦାଲତରେ ଏଭଳି ଯୁକ୍ତି ପେସ କରିଛନ୍ତି ଯାହା ଦ୍ଵାରl ଓବିସି ଓ ପଛୁଆ ବର୍ଗଙ୍କୁ ସଂରକ୍ଷଣ ମିଳିବ ନାହିଁ। ଏଥିପାଇଁ ଧର୍ମେନ୍ଦ୍ର ଓଡିଶର ଆଡ଼ଭୋକେଟ ଜେନେରାଲ ଙ୍କ ଭୂମିକା ସନ୍ଦେହ ଜନକ ବୋଲି ଖୁଲମ୍ ଖୁଲା ଟୁଇଟ ରେ ପ୍ରକାଶ କରିଛନ୍ତି। ଏବଂ ଶେଷରେ ମଞ୍ଜ କଥା ଟି କହିଦେଇଛନ୍ତି ଧର୍ମେନ୍ଦ୍ର, ଯେ ନବୀନ ବାବୁଙ୍କ ସରକାର ଓବିସି ସଂରକ୍ଷଣ ବିରୋଧୀ। ଏହି ଶେଷ ଧାଡ଼ିଟି ବାଧି ଯାଇଛି ବିଜେଡି ର ମଙ୍ଗୁଆଳଙ୍କୁ।

ପ୍ରଧାନ ବାବୁଙ୍କ ପୋଷ୍ଟିଂ ର ପାଖାପାଖି ୧୨ ଘଣ୍ଟା ପରେ ପୁରା ତଥ୍ଯ ପ୍ରମାଣ ସହ ବବି ବାବୁ ଓହ୍ଲାଇଲେ ମଇଦାନକୁ। ଧର୍ମେନ୍ଦ୍ରଙ୍କ ୩ ଟି ଟୁଇଟର ର ଜବାବ ବି ବବି ୩ ଟି ଟୁଇଟ ରେ ଦେଇଛନ୍ତି। ପ୍ରଥମ ଟୁଇଟ ରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବୁଲେଇ ବାଙ୍କେଇ ନୁହଁ ସିଧା ସେହି ଯାଗାକୁ ମାରିଛନ୍ତି ଯେଉଁଟା ଧର୍ମେନ୍ଦ୍ର ଙ୍କୁ ସବୁଠୁ ଜୋରରେ ଲାଗେ। ସେଇଟା ହେଲା, ଧର୍ମେନ୍ଦ୍ର ଓଡିଶର ନେତା ନୁହନ୍ତି। ବାବୁ ବଡ ମନ୍ତ୍ରୀ ବଡ ନେତା କିନ୍ତୁ ରାଜ୍ୟ ବାହାରେ, ଓଡ଼ିଶାରେ ଶୁନ। ବବି ଧର୍ମେନ୍ଦ୍ରଙ୍କ ଟୁଇଟ ର ଉତ୍ତର ଦେବେ କଣ, ଓଲଟା ପଚାରିଛନ୍ତି କି ” ଧର୍ମେନ୍ଦ୍ର ଭାଇ ଆପଣ ମଧ୍ୟପ୍ରଦେଶ ରୁ ରାଜ୍ୟସଭା କୁ ନିର୍ବାଚିତ ହୋଇ କେନ୍ଦ୍ରମନ୍ତ୍ରୀ ଅଛନ୍ତି। ସେଠାରେ ବିଜେପି ବହୁବର୍ଷ ଧରି ଶାସନରେ ଅଛି, ଅଥଚ ସେଠାରେ କାହିଁକି ଓବିସି ଙ୍କ ପାଇଁ ସଂରକ୍ଷଣ ସୁନିଶ୍ଚିତ କରାଇ ପାରିଲେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ବବି। ପଞ୍ଚାୟତ ନିର୍ବାଚନ ରେ ଓବିସି ଙ୍କୁ ୪୦% ସଂରକ୍ଷଣ ଦେବାକୁ ବିଜେଡି ପ୍ରତିଶ୍ରୁତିବଦ୍ଧ, ଏହାକୁ ବଢେଇ ୫୦% ମଧ୍ୟ କରିପାରେ, ତେଣୁ ବିଜେପି ମଧ୍ୟ ବିଜେଡି ଧାରାକୁ ଅନୁସରଣ କରି ବୋଲି ବବି ପାଲଟା ପ୍ରସ୍ତାବ ଦେଇଛନ୍ତି ଧର୍ମେନ୍ଦ୍ରଙ୍କୁ।

ଶେଷରେ ବବି ଧର୍ମେନ୍ଦ୍ର ଙ୍କୁ ଚୂନ ମାରି ଟୁଇଟ ଟେ କରିଛନ୍ତି, ଯେଉଁଥିରେ ଲେଖିଛନ୍ତି, ” ଧର୍ମେନ୍ଦ୍ର ଭାଇ, ମୁ ବିନମ୍ରତାର ସହ ଅନୁରୋଧ କରୁଛି, ଆପଣ ଓବିଶି ସଂରକ୍ଷଣ କୁ ନେଇ ରାଜନୀତି କରନ୍ତୁ ନାହିଁ”।

ଧର୍ମେନ୍ଦ୍ରଙ୍କ ଟୁଇଟ ର ଜବାବ ରଖିବା ସହ ବବି ପାଦେ ଆଗେଇ ଯାଇ ସରୁ ରାଜନୀତି ଟେ କରିଛନ୍ତି। ସେଇଟା ହେଲା, ୩ ଟା ଯାକ ଟୁଇଟ ର ଅନୁବାଦ ବି ଇଂରାଜୀ ରେ ଅପଲୋଡ଼ କରିଛନ୍ତି। ସ୍ଵାଭାବିକ ଭାବରେ ପ୍ରଶ୍ନ ଉଠୁଛି ଯେ, ଧର୍ମେନ୍ଦ୍ର ଓଡ଼ିଆ ବୁଝୁଥିଲା ବେଳେ ବବି ଓଡ଼ିଆରେ ଟୁଇଟ ରିପ୍ଲାଏ କରିବା ପରେ ସମାନକଥାକୁ ଇଂରାଜୀ ରେ କାହିଁକି ପୁଣି ଥରେ ଟୁଇଟ କଲେ? ରାଜନୀତିକୁ ବୁଝିବାଲୋକ ଠିକ୍ ଧରିଦେବେ, ବାବୁଙ୍କ ଇଂରାଜୀ ଟୁଇଟ ର ନିଶାନା, ପ୍ରଥମରେ ଧର୍ମେନ୍ଦ୍ର ଙ୍କୁ ଜାତୀୟସ୍ତରରେ ଅପଦସ୍ତ କରିବା ଏବଂ ପ୍ରଧାନ ବାବୁଙ୍କ ବସ ଜାଣନ୍ତୁ ଯେ କିଭଳି ତାଙ୍କୁ ହୀନିମାନ କରାଯାଉଛି। ଦ୍ଵିତୀୟରେ ବିଜେଡ଼ି ର ୧ ନମ୍ବର ଯେହେତୁ ଓଡ଼ିଆ ଜାଣନ୍ତିନି ସିଏ ବି ପଢ଼ିବା ଦରକାର ଯେ ଦୁଇ ନମ୍ବର କିଭଳି ଜବାବ ଦେଇଛନ୍ତି।

Related Posts