ଓଡ଼ିଆ ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ:ଓଡ଼ିଆ ଫିଲ୍ମ ଓ ଟେଲି ଦୁନିଆରେ ଶୋକର ଛାୟା

ଓଡ଼ିଆ ଫିଲ୍ମ ଓ ସିରିଏଲ୍‌ ଅଭିନେତ୍ରୀ ନିକିତାଙ୍କର କଟକରେ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି । ନିଜ ବାପ ଘର ଛାତରୁ ପଡ଼ି ନିକିତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ଫଳରେ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲ୍‌କୁ ନିଆଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ନିକିତାଙ୍କର ମୃତ୍ୟୁ ହୋଇଛି ।

ଦୁଇ ଦିନ ତଳେ ଜଣେ ଆଲବମ୍‌ ହିରୋଇନ୍‌ ସିମରନ୍‌(ସେଲ୍‌ଫି ବେବୋ)ଙ୍କର ମୃତ୍ୟୁ ପରେ ଆଜି ପୁଣି ଜଣେ ଅଭିନେତ୍ରୀଙ୍କର ଆକସ୍ମିକ ମୃତ୍ୟୁ ଓଡ଼ିଆ ଫିଲ୍ମ ଓ ସିରିଏଲ୍‌ ଜଗତରେ ଶୋକର ଛାୟା ଖେଳିଯାଇଛି ।

ସିରିଏଲ୍‌ରେ ବଳିଷ୍ଠ ଅଭିନୟ ପାଇଁ ନିକିତା ଘରେ ଘରେ ପରିଚିତ ଥିଲେ । ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ଓଡ଼ିଆ ସିନେମା ‘ତୁ ମୋ ଆଖିତର ତାରା’ ମାଧ୍ୟମରେ ଫିଲ୍ମ ଦୁନିଆରେ ପ୍ରବେଶ କରିଥିଲେ ନିକିତା ।

ତା ପରେ ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ‘ମିତ ବସିଛି ମୁଁ ଭୂତ ସାଥୀରେ’, ରାଜୀବ ମହାନ୍ତିଙ୍କ ନିର୍ଦ୍ଦେଶିତ ‘ଚୋରି ଚୋରି’, ରଞ୍ଜନ ମିଶ୍ରଙ୍କ ନିର୍ଦ୍ଦେଶିତ ‘ମଥାରେ ଦେଇ ପାଟ ଓଢ଼ଣୀ’ ଓ ସୁଭାଶିଷ ପତିଙ୍କ ନିର୍ଦ୍ଦେଶିତ ‘ଗୁଣ୍ଡା’ ଆଦି ଫିଲ୍ମରେ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ନିକିତା । ନିକିତା ‘ଏସିପି ନିକିତା’ ସମେତ କେତୋଟି ଧାରାବାହିକରେ ମଧ୍ୟ ଅଭିନୟ କରିଥିଲେ ।

Related Posts