ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ବିନା ସୁଧରେ ଋଣ

ଏବେ ଓଡ଼ିଶାର ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ବିନା ସୁଧରେ ଋଣ ମିଳିବ । ପୁରୀ ତାଳବଣିଆ ଇଣ୍ଡୋର ଷ୍ଟାଡିୟମ୍‌ରେ ଶନିବାର ହୋଇଥିବା ସ୍ବୟଂ ସହାୟକ ଗୋଷ୍ଠୀ ମହାସମାବେଶରେ ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଏସ୍‌ଏଚ୍‌ଜିଙ୍କୁ 3 ଲକ୍ଷ ଟଙ୍କା ଯାଏଁ ଋଣ ବିନା ସୁଧରେ ମିଳିବ ।

ଏଥିସହ ୩୦ ହଜାର ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ସହ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ପାଇଁ ଇଲେକଟ୍ରୋନିକ୍ସ ଗ୍ୟାଜେଟ୍ ଯୋଗାଯାଇଛି । ୧୨ଟି ମହିଳା ମହାସଙ୍କୁ ଏହି ଟଙ୍କା ପ୍ରଦାନ କରାଯାଇଛି । ପ୍ରତି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କୁ ମିଳିଛି ୧୫ ହଜାର ଟଙ୍କାର ସିଡ୍‌ ମନି ସହାୟତା । ପ୍ରତି ବ୍ଲକ ସ୍ତରୀୟ ମହାସଂଘ ନିମନ୍ତେ ୨୫ ଲକ୍ଷ ଟଙ୍କାର ସହାୟତା ପାଣ୍ଠି ପ୍ରଦାନ କରିବେ ସରକାର ।

Related Posts