ସ୍ବଚ୍ଛ ଭାରତ ମିଶନ୍‌ରେ ଓଡ଼ିଶା ଫେଲ୍, ରିପୋର୍ଟରେ ତଳଆଡୁ ଦ୍ବିତୀୟ

ତଳେ ଥିବା 30 ଜିଲ୍ଲାରୁ ଓଡ଼ିଶାର 22 ଜିଲ୍ଲା, କଳାହାଣ୍ଡି ସବୁଠାରୁ ପଛରେ

ବହୁ ପ୍ରଚାରିତ କେନ୍ଦ୍ରୀୟ ଯୋଜନା । ଶହ ଶହ କୋଟି ଟଙ୍କାର ବ୍ୟୟବରାଦ । କିନ୍ତୁ ଏହାକୁ କାର୍ଯ୍ୟକାରୀ କରିବାରେ ଫେଲ୍‌ ମାରିଲା ଓଡ଼ିଶା । ସ୍ବଚ୍ଛ ଭାରତ ଯୋଜନାର ରିପୋର୍ଟରେ ଓଡ଼ିଶାର ତଳ ଆଡୁ ଦ୍ବିତୀୟ ସ୍ଥାନରେ ରହିଛି । ସବୁଠାରୁ ଦୁର୍ଭାଗ୍ୟଜନକ କଥା ହେଲା ଯୋଜନା କାର୍ଯ୍ୟକାରିତାରେ ସାରା ଦେଶରେ ତଳେ ଥିବା ୩୦ଟି ଜିଲ୍ଲା ମଧ୍ୟରୁ ଓଡ଼ିଶାର ରହିଛି ୨୨ ଜିଲ୍ଲା । ଆଉ ଏକ ବଡ଼ କଥା ହେଲା ମାତ୍ର ୫୦ ପ୍ରତିଶତ ଟାର୍ଗେଟ ହାସଲ କରି କଳାହାଣ୍ଡି ତଳ ଆଡୁ ପ୍ରଥମ ସ୍ଥାନରେ ରହିଛି ।

ସ୍ବଚ୍ଛ ଭାରତ ମିଶନରେ ସବୁଠାରୁ ଖରାପ ସ୍ଥିତି କଳାହାଣ୍ଡିରେ । ଫେବ୍ରୁଆରି ୩ ସୁଦ୍ଧା କଳାହାଣ୍ଡିରେ ମାତ୍ର ୫୦ ପ୍ରତିଶତ ପାଇଖାନା ତିଆରି ହୋଇଛି । ଶତ ପ୍ରତିଶତ ଟାର୍ଗେଟ ହାସଲ କରିବା ପାଇଁ ଆହୁରି 1 ଲକ୍ଷ ୬୦ ହଜାର ପାଇଖାନା ପଛରେ ରହିଯାଇଛି ।

୨୦୧୪ରେ ଯୋଜନା ଆରମ୍ଭ ହେବା ବେଳକୁ ରାଜ୍ୟରେ ଘରୋଇ ପାଇଖାନାର ସଂଖ୍ୟା ଥିଲା ମାତ୍ର ୧୧.୮୩ ପ୍ରତିଶତ । ୪ ବର୍ଷ ଭିତରେ ଆଉ ୭୦ ପ୍ରତିଶତ ପାଇଖାନା ତିଆରି ହୋଇଛି । କିନ୍ତୁ ଏହା କମ୍ ଜାତୀୟ ହାରଠାରୁ । ଏକ ମହତ୍ବାକାଂକ୍ଷୀ ଯୋଜନାକୁ କାର୍ଯ୍ୟକାରିତାରେ ରାଜ୍ୟ ପ୍ରଶାସନର ଅବହେଳା ସୃଷ୍ଟି କରିଛି ଅନେକ ପ୍ରଶ୍ନ ।

Related Posts