ଆସନ୍ତାକାଲି ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ବିଧାନସଭାର ବଜେଟ୍ ଅଧିବେଶନ । ଗୃହ ଆରମ୍ଭରୁ ବିରୋଧିଙ୍କ ହଟ୍ଟଗୋଳ । ଅଫିସର ଗ୍ୟାଲେରୀରେ ଜଣେ ବି ଅଫିସର ନ ଥିବାରୁ ତାରା ବାହିନୀପତି ଉଦବେଗ ପ୍ରକାଶ କରିବାରୁ ଗୃହରେ ପ୍ରବଳ ହଙ୍ଗାମା । ବାଚସ୍ପତି ସୂର୍ଯ୍ୟପାତ୍ର ଗୃହକୁ ଆସନ୍ତାକାଲି ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।  

ଆଜି ବିଧାନସଭା ଅଧିବେଶନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅଭିଭାଷଣ ରଖିଥିଲେ । ତେବେ ଶୋକ ପ୍ରସ୍ତାବ ନେଇ ଆଲୋଚନା ବେଳେ ଗୃହରେ ଅଫିସର ଗ୍ୟାଲେରିରେ ଜଣେ ମଧ୍ୟ ଅଫିସର ନ ଥିବାରୁ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନିପତି ଉଦବେଗ ପ୍ରକାଶ କରିଥିଲେ । ଉଦବେଗ ନେଇ ଏଗୁଡିକ ରେକର୍ଡ ହେବ ନାହିଁ ବୋଲି ବାଚସ୍ପତି ରୁଲିଙ୍ଗ ଦେଇଥିଲେ । ଏହାପରେ ଗୃହରେ ବିରୋଧୀ ପ୍ରବଳ ହଙ୍ଗାମା କରିଥିଲେ । ଗୃହର ମଧ୍ୟ ଭାଗକୁ ଆସି ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳଓ ନାରାବାଜି । ବ୍ରିଟିଶ ଶାସନ ଚାଲିବ ନାହିଁ କହି  ନାରାବାଜି ହୋଇଥିଲା । ହଟ୍ଟଗୋଳ ମଧ୍ୟରେ ଗୃହ କାର୍ଯ୍ୟ ଅଳ୍ପ ସମୟ ଚାଲିବା ପରେ କଂଗ୍ରେସ ବିଧାୟକ ସଚିବଙ୍କୁ ଚେୟାରରୁ ଟାଣି ଉଠାଇ ଦେଇଥିଲେ । ତେଣୁ ଗୃହକୁ ଶାନ୍ତ କରିବା ପାଇଁ ବାଚସ୍ପତି ସୂର୍ଯ୍ୟ ପାତ୍ର କାଲି ଯାଏଁ ବିଧାନସଭା ମୁଲତବୀ ଘୋଷଣା କରିଛନ୍ତି ।

Related Posts