ମହାରାଷ୍ଟ୍ର ଓ ହରିୟାଣାରେ ମତଦାନ: ବିଜେପିର ସମ୍ମାନ ବନାମ କଂଗ୍ରେସର ଗଡ଼ ଫେରିପାଇବା

(ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ପାଇଁ ମତଦାନ ଜାରି । ସକାଳ 7ଟାରୁ ମତଦାନ ଆରମ୍ଭ ହୋଇଛି  । ସଂଧ୍ୟା 6ଟା ଯାଏ ଭୋଟିଂ ପ୍ରକ୍ରିୟା ଚାଲିବ । ଉଭୟ ରାଜ୍ୟରେ ବିଜେପି ସରକାର ରହିଛି । ପୂର୍ବ ବିଧାନସଭା ନିର୍ବାଚନରେ ଉଭୟ ରାଜ୍ୟରେ କଂଗ୍ରେସକୁ ହରାଇ ବିଜେପି କ୍ଷମତାକୁ ଆସିଥିଲା । ବିଜେପି ପୂର୍ବ ସଫଳତାକୁ ଦୋହରାଇବାକୁ ଆଶା ବାନ୍ଧିଥିବା ବେଳେ କଂଗ୍ରେସ ହରାଇଥିବା ନିଜ ଗଡ଼କୁ ଫେରାଇ ନେବାକୁ ବ୍ୟକୁଳ ଅଛି । ମହାରାଷ୍ଟ୍ରରେ 288 ଆସନ ପାଇଁ ମତଦାନ ଚାଲିଛି । ବିଜେପି-ଶିବସେନା ମେଣ୍ଟର ଲଢ଼େଇ କଂଗ୍ରେସ ଓ ଏନ୍‌ସିପି ମେଣ୍ଟ ସହ ହେଉଛି । ବିଜେପି 164ଟଇ ଆସନରେ ନିଜର ଭାଗ୍ୟ ପରୀକ୍ଷା କରୁଛି । ମେଣ୍ଟ ହିସାବରେ ଶିବସେନା 126ଟି ଆସନରେ ପ୍ରାର୍ଥୀ ଦେଇଛି । ଯଦି ଆମେ କଂଗ୍ରେସ-ଏନ୍‌ସି ମେଣ୍ଟ କଥା କହିବା କଂଗ୍ରେସ 147 ଓ ଏନ୍‌ସିପି 121ଟି ଆସନରେ ଲଢ଼େଇ କରୁଛି । ସେହି ଭଳି ହରିୟାଣାର 90ଟି ଆସନରେ ମତଦାନ ଚାଲିଛି । ଏଠାରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଲଢ଼େଇ ହେଉଛି । ଉଭୟ କୌଣସି ଆଞ୍ଚଳିକ ଦଳ ସହ ମେଣ୍ଟ କରିନାହାନ୍ତି । ଏବଂ ସମସ୍ତ 90ଟି ଯାକ ଆସନରେ ଉଭୟ ଦଳ ପ୍ରାର୍ଥୀ ଦେଇଛନ୍ତି । ଓମପ୍ରକାଶ ଚୌଟାଲାଙ୍କ ଭାରତୀୟ ଜାତୀୟ ଲୋକଦଳ INLD  81ଟି ଆସନରେ ନିଜର ପ୍ରାର୍ଥୀଙ୍କୁ ଲଢ଼ଉଛି । ହରିୟାଣାରେ ରାଜନୈତିକ ଦଳ ଗଠନ ହେବା ପରେ ପ୍ରଥମ କରି ବିଧାନସଭା ନିର୍ବାଚନ ଲଢ଼ୁଥିବା JJP ବି ପୂରା ଦମ ଲଗେଇ ଦେଇଛି ।

 

Related Posts