ବିଜେଡିର ୯ ଲୋକସଭା ଓ ୫୪ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା

ବହୁ ସମୟ ପ୍ରତିକ୍ଷାର ଅନ୍ତ ଘଟିଛି । ଶେଷରେ ନିର୍ବାଚନ ପାଇଁ ଆଶାୟୀ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜୁ ଜନତା ଦଳ । ରାଜ୍ୟର ପ୍ରଥମ ପର୍ଯ୍ୟାୟ ଓ ଦ୍ୱିତୀୟ ପର୍ଯ୍ୟାୟ ଅର୍ଥାତ୍ ଏପ୍ରିଲ ୧୧ ଓ ୧୮ରେ ହେବାକୁ ଥିବା ୯ଟି ଲୋକସଭା ସହ ଏହା ଅଧିନରେ ଆସୁଥିବା ୫୪ଟି ବିଧାନସଭା ପାଇଁ ମଧ୍ୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି ।

ନବୀନ ନିବାସରେ ବିଜେଡିର ପ୍ରଥମ ପର୍ଯ୍ୟାୟ ତାଲିକା ଘୋଷଣା କରିଛନ୍ତି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ । କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର, ଆସ୍କା, ବଲାଙ୍ଗୀର, କନ୍ଧମାଳ, ବରଗଡ଼ ଓ ସୁନ୍ଦରଗଡ଼ ଲୋକସଭା ଆସନ ପାଇଁ ଦଳ ପ୍ରାର୍ଥୀ ଦେଇଛି ।

ଆଜି ଘୋଷଣା କରାଯାଇଥିବା ପ୍ରାର୍ଥୀ ତାଲିକାରେ ବହୁତ କିଛି ପରିବର୍ତନ ଦେଖିବାକୁ ମିଳିଛି । କୋରାପୁଟ ଲୋକସଭା ପାଇଁ କୌଶଲ୍ୟା ହିକ୍କା ଲଢିବେ । ସେହିପରି ରାୟଗଡ଼ାରୁ ଲାଲ ବିହାରୀ ହିମିରିକା ମଇଦାନକୁ ଓହ୍ଲାଇବେ । ନବରଙ୍ଗପୁରରେ ସାଂସଦ ବଳଭଦ୍ର ମାଝୀଙ୍କ ପରେ ଏବେ ରମେଶ ମାଝୀ ବିଜେଡ଼ି ଆଶାବାଡ଼ି ହୋଇଛନ୍ତି ।

ତେବେ ସାଂସଦ ସିଦ୍ଧାନ୍ତ ମହାପାତ୍ର ବିଜେଡ଼ି ଛାଡ଼ିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ତାହା ପ୍ରାର୍ଥୀ ତାଲିକା ଘୋଷଣାରୁ କିଛିଟା ସ୍ପଷ୍ଟ ହୋଇଯାଇଛି । କଂଗ୍ରେସରୁ ଆସି ବିଜେଡ଼ିରେ ଯୋଗ ଦେଇଥିବା ସିଦ୍ଧାନ୍ତଙ୍କ ଚୀର ପ୍ରତିଦ୍ୱନ୍ଦୀ ଚନ୍ଦ୍ରଶେଖର ସାହୁ ବ୍ରହ୍ମପୁର ଲୋକସଭା ଆସନ ପାଇଁ ପ୍ରାର୍ଥୀ ହୋଇଛନ୍ତି ।

ଏହା ସହିତ ଆସ୍କାରୁ ପ୍ରମିଳା ବିଶୋୟୀ, ବରଗଡ଼ରୁ ପ୍ରସନ୍ନ ଆଚାର୍ଯ୍ୟ, ବଲାଙ୍ଗୀରରୁ କଳିକେଶ ନାରାୟଣ ସିଂହଦେଓ, କନ୍ଧମାଳରୁ ଅଚ୍ୟୁତ ସାମନ୍ତ ଓ କଳାହାଣ୍ଡିରୁ ପୁଷ୍ପେନ୍ଦ୍ର ସିଂହଦେଓ ନିର୍ବାଚନ ଲଢିବେ । ନିମ୍ନରେ ସମ୍ପୂର୍ଣ୍ଣ ପ୍ରାର୍ଥୀ ତାଲିକା ପ୍ରଦାନ କରାଗଲା ।

କଳାହାଣ୍ଡି : ପୁଷ୍ପେନ୍ଦ୍ର ସିଂହଦେଓ (ସାଂସଦ ପ୍ରାର୍ଥୀ)
ନୂଆପଡ଼ା : ରାଜେନ୍ଦ୍ର ଢୋଲକିଆ
ଖରିଆର : ଲମ୍ବୋଧର ନିଆଳ
ଜୁନାଗଡ଼ : ଦିବ୍ୟ ଶଙ୍କର ମିଶ୍ର
ଧର୍ମଗଡ଼ : ମହୋଷଧି ବାଗ
ଭବାନୀପାଟଣା : ଦୁଷ୍ମନ୍ତ ନାଏକ
ନର୍ଲା : ଭୂପିନ୍ଦର ସିଂ

ନବରଙ୍ଗପୁର : ରମେଶ ଚନ୍ଦ୍ର ମାଝୀ (ସାଂସଦ ପ୍ରାର୍ଥୀ)
ଉମରକୋଟ : ସୁବାସ ଗଣ୍ଡ
ନବରଙ୍ଗପୁର : ସଦାଶିବ ପ୍ରଧାନ
ଡ଼ାବୁଗାଁ : ମନୋହର ରାନ୍ଧାରୀ
କୋଟପାଡ଼ : ପଦ୍ମୀନୀ ଡିଆନ
ଚିତ୍ରକୋଣ୍ଡା : ପୂର୍ଣ୍ଣଚନ୍ଦ୍ର ସାକା

କୋରାପୁଟ : କୌଶଲ୍ୟା ହିକକା (ସାଂସଦ ପ୍ରାର୍ଥୀ)
ଗୁଣୁପୁର : ରଘୁନାଥ ଗମାଙ୍ଗ
ବିଷମକଟକ : ଜଗନ୍ନାଥ ସାରକା
ରାୟଗଡ଼ା : ଲାଲ ବିହାରୀ ହିମିରିକା
ଲକ୍ଷ୍ମୀପୁର : ପ୍ରଭୁ ଜାନୀ
ଜୟପୁର : ରବି ନାରାୟଣ ନନ୍ଦ
କୋରାପୁଟ : ରଘୁରାମ ପୋଡାଲ

ବ୍ରହ୍ମପୁର : ଚନ୍ଦ୍ରଶେଖର ସାହୁ (ସାଂସଦ ପ୍ରାର୍ଥୀ)
ଛତ୍ରପୁର : ସୁବାସ ଚନ୍ଦ୍ର ବେହେରା
ଗୋପାଳପୁର : ପ୍ରଦୀପ ପାଣିଗ୍ରାହୀ
ବ୍ରହ୍ମପୁର : ବିକ୍ରମ ପଣ୍ଡା
ଦିଗପହଣ୍ଡି : ସୂଯ୍ୟ ନାରାୟଣ ପାତ୍ର
ଚିକିଟି : ଉଷା ଦେବୀ
ମୋହନା : ପୂର୍ଣ୍ଣବାସୀ ନାୟକ
ପାରଳାଖେମୁଣ୍ଡି : କଲ୍ୟାଣୀ ଗଜପତି

ବଲାଙ୍ଗୀର : କଳିକେଶ ନାରାୟଣ ସିଂହଦେଓ (ସାଂସଦ ପ୍ରାର୍ଥୀ)
ଟିଟଲାଗଡ : ଟୁକୁନି ସାହୁ
ପାଟଣାଗଡ : ସରୋଜ ମେହେର
ସୋନୁପର : ନିରଞ୍ଜନ ପୂଜାରୀ
କଣ୍ଟାବାଞ୍ଝୀ : ଅଜୟ ଦାଶ
ବୀରମହାରାଜପୁର : ପଦ୍ମନାଭ ବେହେରା

ଆସ୍କା : ପ୍ରମିଳା ବିଷୋୟୀ (ସାଂସଦ ପ୍ରାର୍ଥୀ)
ହିଞ୍ଜଳିକାଟୁ : ନବୀନ ପଟ୍ଟନାୟକ
ଆସ୍କା : ମଞ୍ଜୁଳା ସ୍ୱାଇଁ
ସୋରଡା : ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ
ସାନଖେମୁଣ୍ଡି : ନନ୍ଦିନୀ ଦେବୀ
ପୋଲସରା : ଶ୍ରୀକାନ୍ତ ସାହୁ
କବିସୂଯ୍ୟନଗର : ଲତିକା ପ୍ରଧାନ
ଖଲ୍ଲିକୋଟ : କେ.କେ ସୂର୍ଯ୍ୟମଣି ବୈଦ୍ୟ

କନ୍ଧମାଳ : ଅଚ୍ୟୁତ ସାମନ୍ତ (ସାଂସଦ ପ୍ରାର୍ଥୀ)
ବାଲିଗୁଡା : ଚକ୍ରଧର କହଁର
ଜି. ଉଦୟଗିରି : ସାଲୁଜା ପ୍ରଧାନ
ବୌଦ୍ଧ : ପ୍ରଦୀପ କୁମାର ଅମାତ
କଣ୍ଟାମାଳ : ମହୀଧର ରାଣା
ଭଞ୍ଜନଗର : ବିକ୍ରମ କେଶରୀ ଆରୁଖ
ଦଶପଲ୍ଲା : ରମେଶ ବେହେରା

ବରଗଡ : ପ୍ରସନ୍ନ ଆଚାର୍ଯ୍ୟ (ସାଂସଦ ପ୍ରାର୍ଥୀ)
ବରଗଡ : ଦେବେଶ ଆଚାର୍ଯ୍ୟ
ଅତାବିରା : ସ୍ନେହାଙ୍ଗିନୀ ଛୁରିଆ
ଭଟଲୀ : ସୁଶାନ୍ତ ସିଂ
ପଦ୍ମପୁର : ବିଜୟ ରଞ୍ଜନ ସିଂହ ବରିହା
ବିଜେପୁର : ନବୀନ ପଟ୍ଟନାୟକ
ଝାରସୁଗୁଡା : ନବ କିଶୋର ଦାସ

ସୁନ୍ଦରଗଡ : ସୁନୀତା ବିଶ୍ୱାଳ (ସାଂସଦ ପ୍ରାର୍ଥୀ)
ସୁନ୍ଦରଗଡ : ଯୋଗଶ ସିଂ
ରାଜଗାଙ୍ଗପୁର : ମଙ୍ଗଳା କିଷାନ
ତଳସରା : ଷ୍ଟିଫେନ ସୋରେନ
ରାଉରକେଲା : ସାରଦା ପ୍ରସାଦ ନାୟକ
ରଘୁନାଥପଲ୍ଲୀ : ସୁବ୍ରତ ତରାଇ
ବଣାଇ : ରଣଜୀତ କିଷାନ

Related Posts