3 Pଙ୍କ ଶାପ ମୁକ୍ତ ହେଲେ ପ୍ରଫୁଲ୍ଲ

ଶେଷରେ ସାଢେ ଚାରିବର୍ଷ ପରେ ଥ୍ରିୀ ପି ଙ୍କ ରୋଷରୁ ମୁକୁଳିଲେ ପ୍ରଫୁଲ୍ଲ । ୨୦୧୪ ସେପ୍ଟେମ୍ବର ୨୦ତାରିଖ ଦିନ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବିଧାୟକ ପ୍ରଫୁଲ୍ଲ ଘଡାଇ ନବୀନଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତିକେୟନ ପାଣ୍ଡିୟାନ ସାଂସଦ ପିନାକୀ ମିଶ୍ର ଏବଂ ପ୍ରଭାକରନଙ୍କ ବିରୋଧରେ ବିବାଦୀୟ ବୟାନ ଦେବା ଫଳରେ ଦଳରୁ ବହିଷ୍କାର ହୋଇଥିଲେ ।  ଏକ ଦୈନିକ ଖବରକାଗଜକୁ ସାକ୍ଷାତ ଦେବାକୁ ଯାଇ ଦଳ ବିରୋଧି ମନ୍ତବ୍ୟ ଦେବା ଅଭିଯୋଗରେ ପ୍ରଫୁଲ୍ଲ ଘଡାଇଙ୍କୁ ଦଳରୁ ନିଲମ୍ବନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆଗକୁ ନିର୍ବାଚନ ଆସୁଥିବାବେଳେ ଆଜି ହଟାତ୍ ଶ୍ରୀ ଘଡାଇଙ୍କ ଆବଶ୍ୟକତାକୁ ଉପଲବ୍ଧିକରି ତାଙ୍କ ଉପରୁ ବାସନ୍ଦାଦେଶ ଉଠାଇ ଦେଇଛି ଦଳ । ପୂର୍ବରୁ ସେ ବିଜେପିରେ ମିଶିବା ନେଇ ଖବର ମିଳିଥିଲେ ମଧ୍ୟ ଏହା ପୂର୍ବରୁ ଆଜି ହଟାତ୍ ତାଙ୍କ ଉପରୁ ନିଲମ୍ବନ ଉଠାଇ ଦିଆଯାଇଛ ।

Related Posts