ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କଲା ଓଡ଼ିଶା ଡ୍ରାଇଭର ମହାସଂଘ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲା ଡ୍ରାଇଭର ମହାସଂଘ । ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ଭେଟି ମହାସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି ।ତେବେ ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଦାବିର ସମାଧାନ ହେବ ବୋଲି ଆଶା ରଖିଛି ମହାସଂଘ ।

ଦୀର୍ଘଦିନ ହେଲା ବିଭିନ୍ନ ଦାବି ନେଇ ଆନ୍ଦୋଳନ କରୁଛି ଡ୍ରାଇଭର ମହାସଂଘ । ଦାବି ପୂରଣ ନେଇ ଗତ ଏପ୍ରିଲ ମାସରେ ଦୁର୍ବାର ଆନ୍ଦୋଳନ କରିଥିଲା ମହାସଂଘ । ରାଜଧାନୀ କବଜା କରିବା ସହ ଅଖଚକ ଜାମ କରି ଦେଇଥିଲା ମହାସଂଘ । ଏନେଇ ମହାସଂଘର କର୍ମକର୍ତ୍ତାଙ୍କ ଆନ୍ଦୋଳନ ଯୋଗୁଁ ରାଜଧାନୀର ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଥିଲା । ଏହା ସହ ମହାସଂଘର କର୍ମକର୍ତ୍ତା ସାଧାରଣ ଲୋକଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ପୋଲିସ ମାମଲା ରୁଜୁ କରିଥିବା ବେଳେ ସେପଟେ ସରକାର ଓ ମହାସଂଘ ମଧ୍ୟରେ ହୋଇଥିଲା ଆଲୋଚନା ।

ତେବେ ସେତେବେଳେ ୧୧ ଦଫା ନେଇ ଆନ୍ଦୋଳନକୁ ଓହ୍ଲାଇଥିବା ଡ୍ରାଇଭର ମହାସଂଘ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବୈଠକ ଫଳପ୍ରଦ ହୋଇଥିବା କୁହାଯାଇଥିଲା। ପରିବହନ, ଅର୍ଥ, ଶ୍ରମ ଓ ଗୃହ ବିଭାଗକୁ ନେଇ ଉଚ୍ଚସ୍ତରୀୟ କମିଟି ନେଇ ହୋଇଥିଲା ନିଷ୍ପତ୍ତି । ଏନେଇ ଦେଶର ବିଭିନ୍ନ ରାଜ୍ୟକୁ କମିଟି ଗସ୍ତ କରିବା ସହ ଡ୍ରାଇଭରମାନଙ୍କୁ ଅଧିକ ସୁବିଧା ଯୋଗାଇ ପାରିବ ବୋଲି ତାହା ୩ ମାସ ମଧ୍ୟରେ ପଦକ୍ଷେପ ନିଆଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା ।

କିନ୍ତୁ ୬ ମାସ ବିତି ଯାଇଥିଲେ ସୁଧା କୌଣସି ପଦକ୍ଷେପ ନିଆଯାଇ ନ ଥିବା ସଂଘ ଅଭିଯୋଗ କରି ପୁନର୍ବାର ଆନ୍ଦୋଳନ ଡାକରା ଦେଇଛି । ମହାସଂଘ ପକ୍ଷରୁ ଗତ ୩ ସପ୍ତାହ ଧରି ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ ପରେ ଗତକାଲି ନବୀନ ନିବାସରେ ପହଞ୍ଚି ଦାବି ପତ୍ର ଦିଆଯାଇଛି। ପୂର୍ବରୁ ରାଜଧାନୀକୁ ଧସେଇ ପଶୁଥିବା ଡ୍ରାଇଭରମାନେ ରାଜଧାନୀରେ ଦଣ୍ଡବତ ଯାତ୍ରା କରି ସେମାନଙ୍କ ଦାବି ପୂରଣ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଛନ୍ତି।

ଡ୍ରାଇଭର ମହାସଂଘର ଦାବି

ଚାଳକଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ଆଇନ ପ୍ରଣୟନ କରିବା, ରାସ୍ତାରେ ଗାଡ଼ି ପାର୍କିଂ ଓ ଚାଳକ ବିଶ୍ରାମଗାର ନିର୍ମାଣ କରିବା, ୫୫ବର୍ଷ ପରେ ପେନ୍‌ସନ୍‌ ବ୍ୟବସ୍ଥା କରିବା, ଦୁର୍ଘଟଣାରେ ପ୍ରାଣ ହରାଉଥିବା ଚାଳକଙ୍କୁ ୨୦ ଲକ୍ଷ ଟଙ୍କାର ବୀମା ବ୍ୟବସ୍ଥା, ଅକର୍ମଣ୍ୟ ଚାଳକଙ୍କ ପାଇଁ ୧୦ଲକ୍ଷ ଟଙ୍କାର ବୀମା ବ୍ୟବସ୍ଥା, ଦ୍ବିତୀୟ ସୈନିକ ମାନ୍ୟତା ଦେବା, ଗୃହ ନିର୍ମାଣ ସହାୟତା ବାବଦରେ ୫ ଲକ୍ଷ ଟଙ୍କା ପ୍ରଦାନ କରିବା, ପିଲାଙ୍କ ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସହାୟତା

Related Posts