ଓଡିଶା ଇଡିର ଡେପୁଟି ଡାଇରେକ୍ଟର ସୁବୋଧ କୁମାରଙ୍କୁ ଜେରା କରିବ କଲିକତା ପୋଲିସ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦୁର୍ନିତିକୁ ରୋକିବା ପାଇଁ ସାରା ଦେଶରେ ଇଡିର ତନାଘନା ଚାଲିଛି । ବିଶେଷ କରି ପଶ୍ଚିମବଙ୍ଗରେ ଇଡିର ତଦନ୍ତ ଅଧିକ ସକ୍ରିୟ ରହିଛି ଓ ଏହା ଗଣମାଧ୍ୟମରେ ସିରୋନାମା ପାଲଟିଛି । ଏତିକି ବେଳେ ଜଣେ ଇଡି ଅଫିସରଙ୍କୁ ଏକ ଲାଞ୍ଚ କାରବାର ମାମଲାରେ ଜେରା କରିବ ପଶ୍ଚିମବଙ୍ଗ ପୋଲିସ।

ସୂଚନା ଅନୁସାରେ, ଓଡିଶା ଇଡିର ଡେପୁଟି ଡାଇରେକ୍ଟର ସୁବୋଧ କୁମାରଙ୍କୁ ଜେରା ପାଇଁ ଭୁବନେଶ୍ୱରରେ ପହଞ୍ଚିଛି କୋଲକାତା ପୋଲିସ। ଝାଡ଼ଖଣ୍ଡର ଓକିଲ ରାଜୀବ କୁମାରଙ୍କ ଗିରଫଦାରୀ ସମ୍ପର୍କରେ ସୁବୋଧଙ୍କୁ ପଚରା ଉଚୁରା କରୁଛି କୋଲକାତା ପୋଲିସ । ଜଣେ ଏସିପି ର୍ୟାଙ୍କର ଅଫିସର ଓ ଆଉ ଜଣେ ଏସଆଇ ଆଜି ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି ।

ପୂର୍ବରୁ ସୁବୋଧ କୁମାର ଝାଡ଼ଖଣ୍ଡର ରାଞ୍ଚିରେ ଇଡିର ଡେପୁଟି ଡାଇରେକ୍ଟର ଥିଲେ । ସେହି ସମୟରେ ଝାଡ଼ଖଣ୍ଡର ଓକିଲ ରାଜୀବ କୁମାରଙ୍କ ସହ ସମ୍ପର୍କ ଥିବା ନେଇ ସୁବୋଧଙ୍କୁ ପଚରାଉଚରା କରୁଛି କୋଲକାତା ପୋଲିସ । ରାଜୀବଙ୍କ ଠାରୁ କୋଲକାତାର ଜଣେ ବ୍ୟବସାୟୀ ମୋଟା ଅଙ୍କର ଟଙ୍କା ମାଗିଥିବା ଅଭିଯୋଗ ହୋଇଛି । ରାଜୀବ ସେହି ବ୍ୟବସାୟୀଙ୍କ ନାରେ ରାଞ୍ଚି ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ । ଏହି ମାମଲାକୁ ହଟାଇବା ପାଇଁ ୧୦ କୋଟି ଦାବି କରିଥିଲେ ବୋଲି ବ୍ୟବସାୟୀ ଜଣକ ଥାନାରେ ଅଭିଯୋଗ କରିଥିଲେ । ଗତ ସପ୍ତାହରେ କୋଲକାତା ପୋଲିସ ରାଜୀବକୁ ଏକ ମଲରୁ ୬୦ଲକ୍ଷ ଟଙ୍କା ସହ ଗିରଫ କରିଥିଲା । ଗିରଫଦାରି ପରେ ସେହି ଟଙ୍କା ଜଣେ ବ୍ୟବସାୟୀଙ୍କର ବୋଲି ଜଣା ପଡିଥିଲା । ରାଜୀବଙ୍କ ସହ ସୁବୋଧଙ୍କ ସମ୍ପର୍କ, କଲରେକର୍ଡ଼ ଓ ଡାଏରିର ତଥ୍ୟକୁ ନେଇ ଆରମ୍ଭ ହୋଇଛି ଖୋଳତାଡ଼ । ଏନେଇ ଭୁବନେଶ୍ୱରରେ ପହଞ୍ଚିଛି କୋଲକତା ପୋଲିସ ।

Related Posts