ୟୁପିରୁ ଆଇଏସଆଇଏସ୍‌ର ସନ୍ଦିଗ୍ଧ ଗିରଫ; ସ୍ଵାଧୀନତା ଦିବସରେ ଥିଲା ବିସ୍ଫୋରଣ ଯୋଜନା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସ୍ବାଧୀନତା ଦିବସ ପୂର୍ବରୁ ବିସ୍ଫୋରଣ କରିବାକୁ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ୍‌ର ଷଡଯନ୍ତ୍ର। ଉତ୍ତର ପ୍ରଦେଶର ଆଜମଗଡରୁ ଏଟିଏସ୍‌ ଟିମ୍‌ ଜଣେ ଆଇଏସଆଇଏସ୍‌ ସନ୍ଦିଗ୍ଧକୁ ଗିରଫ କରିଛି। ସନ୍ଦିଗ୍ଧର ନାଁ ସବାଉଦ୍ଧିନ୍ ଆଜମୀ, ସେ ଆଇଏସର ରିକ୍ରୁଟରଙ୍କ ସହିତ ସିଧା ସଳଖ ଯୋଗାଯୋଗରେ ଥିଲା। ୟୁପି ଏଟିଏସ୍‌ ସନ୍ଦିଗ୍ଧ ନିକଟରୁ ଆଇଇଡି ତିଆରି କରୁଥିବା ଜିନିଷ ଜବତ କରିଛି। ଆଗକୁ ସ୍ବାଧୀନତା ଦିବସ ଥିବାରୁ ହୁଏତ ଆଇଏସ୍‌ ଆତଙ୍କବାଦୀ ସଂଗଠନ ଭାରତରେ ଆକ୍ରମଣ ଯୋଜନା କରୁଛି। ଅଭିଯୁକ୍ତ ପାଖରୁ ମିଳିଥିବା ଆଇଇଡି ତିଆରି ସାମଗ୍ରୀକୁ ଜଣାପଡୁଛି ଯେ, ଆଗକୁ ସେ କୌଣସି ବିସ୍ଫୋରଣ ଯୋଜନା ପ୍ରସ୍ତୁତ କରୁଥିଲା।

ଅଭିଯୁକ୍ତକୁ ଗିରଫ କରିବା ପରେ ତାକୁ ପଚରା ଉଚରା ପାଇଁ ଏଟିଏସ୍‌ ମୁଖ୍ୟାଳୟକୁ ଅଣାଯାଇଥିଲା। ମୋବାଇଲ ଡାଟା ଖୋଜାଯିବା ପରେ ଆଇଏସଆଇଏସ୍‌ ଦ୍ବାରା ଆତଙ୍କ ଓ ଜେହାଜ ପାଇଁ ମୁସଲମାନ ଯୁବକଙ୍କ ବ୍ରେନ୍ ଓ୍ବାସ୍ କରିବା ପାଇଁ ତିଆରି କରାଯାଇଥିବା ଟେଲିଗ୍ରାମ୍ ଚ୍ୟାନେଲ AL-SAQR MEDIA ସହିତ ସେ ଜଡିତ ଥିବା ପ୍ରମାଣ ମିଳିଥିଲା। ବର୍ତ୍ତମାନ ଅଭିଯୁକ୍ତ ସବାଉଦ୍ଧିନ୍‌ ଏଆଇଏମ୍‌ଆଇଏମ୍‌ର ସଦସ୍ୟ। ଏହାକୁ ୟୁପି ଏଟିଏସ୍‌ର ବଡ ସଫଳତା ବୋଲି ମନେକରାଯାଉଛି। ଏବେ ସନ୍ଦିଗ୍ଧକୁ ପଚରା ଉଚରା କରାଯିବା ସହ ସେହି ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି।

Related Posts