ଓଡିଶାକୁ ପୁଣି ମିଳିଲା ଫନୀ ସହାୟତା

ସତ୍ୟପାଠ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ପକ୍ଷରୁ ଫୋନି ପରବର୍ତ୍ତୀ ଥଇଥାନ ରାଶି ଘୋଷଣା ହୋଇଛି । ଫୋନି ଥଇଥାନା ପାଇଁ ଓଡ଼ିଶାକୁ ୩୩୩୮.୨୨କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ପୂର୍ବରୁ ଓଡ଼ିଶାକୁ ଫୋନି ପାଇଁ ଅଗ୍ରୀମ ୩୪୦ କୋଟି ଟଙ୍କା ମିଳିଥିଲା । ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଉ ଏକ ହଜାର କୋଟି ଟଙ୍କା ଘୋଷଣା କରିଥିଲେ ।

ଆଜି ଓଡ଼ିଶା ସମେତ ଅନ୍ୟ ୨ଟି ରାଜ୍ୟକୁ ମଧ୍ୟ କେନ୍ଦ୍ର ସରକାରଙ୍କ ପକ୍ଷରୁ ସହାୟତା ରାଶି ପ୍ରଦାନ କରାଯାଇଛି । ଆଜି ଓଡ଼ିଶା, କର୍ଣ୍ଣାଟକ, ହିମାଚଳ ପାଇଁ ମୋଟ ୪୪୩୨କୋଟି ଟଙ୍କା ସହାୟତା ରାଶି ଘୋଷଣା କରାଯାଇଛି । କେନ୍ଦ୍ର ସରକାର ମରୁଡ଼ି କ୍ଷତିଗ୍ରସ୍ତ କର୍ଣ୍ଣାଟକ ପାଇଁ ୧୦୨୯ କୋଟି ଟଙ୍କା , ଭୂସ୍ଖଳନ ଦ୍ୱାରା ପ୍ରଭାବିତ ହିମାଚଳ ପାଇଁ ୬୪.୪୯ କୋଟି ଟଙ୍କା ପ୍ରଦାନ କରିଛନ୍ତି ।

ଫୋନି ପ୍ରଭାବରେ ରାଜ୍ୟର ପୁରୀ ସମେତ କିଛି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଏହି ଫୋନି ବାତ୍ୟାର ଚୂଡ଼ାନ୍ତ କ୍ଷୟକ୍ଷତି ରିପୋର୍ଟରେ ୨୪,୧୭୬ କୋଟି ଟଙ୍କାର କ୍ଷତି ଦର୍ଶାଯାଇଥିଲା ।

Related Posts