ସମ୍ବଲପୁର, (ସତ୍ୟପାଠବ୍ୟୁରୋ): ସ୍ତ୍ରୀକୁ ଦେଶୀ ଛରରା ବନ୍ଧୁକରେ ଗୁଳି କରି ହତ୍ୟା କରିଛି ସ୍ବାମୀ। ମୃତା ମହିଳା ହେଲେ ଲଣ୍ଡିମାଳ ଗାଁର ଅମ୍ବିକା ମିର୍ଦ୍ଧା।  ପାରିବାରିକ କଳହକୁ କେନ୍ଦ୍ର କରି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ଲଣ୍ଡିମାଳ ଗ୍ରାମରେ ଏକ ହୃଦୟ ବିଦାରକ ହତ୍ୟାକାଣ୍ଡ ଘଟିଛି l ସୂଚନାଯୋଗ୍ୟ ଯେ, ଲଣ୍ଡିମାଳ ଗାଁର ଚରଣ ମିର୍ଦ୍ଧା ପାରିବାରିକ କହଳରୁ ଉତ୍ତ୍ୟକ୍ତ ହୋଇ ସ୍ତ୍ରୀ ଅମ୍ବିକାଙ୍କୁ ଗୁଳି କରି ହତ୍ୟା କରିଛି l ଉଭୟଙ୍କ ବିବାହକୁ ୧୫ ବର୍ଷରୁ ଅଧିକ ସମୟ ହୋଇଥିଲେ ମଧ୍ୟ ଏପରି ହତ୍ୟାକାଣ୍ଡକୁ ନେଇ ସମସ୍ତଙ୍କୁ ଚକିତ କରିଛି l ଖବର ପାଇ ରେଢ଼ାଖୋଲ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି l ହତ୍ୟାକାଣ୍ଡରେ ବ୍ୟବହୃତ ଦେଶୀ ବନ୍ଧୁକକୁ ମଧ୍ୟ ଜବତ କରାଯାଇଛି। ଏ ନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି ଓ ତଦନ୍ତ ଜାରି ରହିଥିବା ବିଷୟ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି l ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ପୋଲିସ ସୂଚନା ଦେଇଛି l