ବଦଳିଲା ମେଡିକାଲ ବଣ୍ଡ୍ ପଲିସି; ରାଜ୍ୟ ସରକାରଙ୍କ ଅଧିନରେ ୨ ବର୍ଷ କାମ କରିବାକୁ ବାଧ୍ୟ ଛାତ୍ରଛାତ୍ରୀ

ରାଜ୍ୟରେ ବଦଳିଲା ମେଡିକାଲ ଚୁକ୍ତି ପଲିସି। ମେଡିକାଲ ବଣ୍ଡ୍ ପଲିସି ଅନୁସାରେ ସରକାରୀ ମେଡିକାଲରେ ଯେଉଁମାନେ MBBS ପରେ ପିଜି କିମ୍ବା ସୁପର ସ୍ପେଶାଲିଷ୍ଟ କୋର୍ସ କରିବେ ସେମାନେ ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରିବାକୁ ବାଧ୍ୟ। ପିଜି କୋର୍ସ କରୁଥିବା ମେଡିକାଲ ଛାତ୍ରଛାତ୍ରୀ ରାଜ୍ୟ ସରକାରଙ୍କ ଅଧୀନରେ ବର୍ଷ କାମ କରିବାକୁ ବାଧ୍ୟ। ଯଦି ସେମାନେ କାମ ନକରନ୍ତି ତାହାଲେ ଦେଢ କୋଟି ଟଙ୍କା ଦେବେ।

ସେହିପରି ସୁପର ସ୍ପେଶାଲିଷ୍ଟ ଛାତ୍ରଛାତ୍ରୀ ପାଠ ସରିବା ପରେ ରାଜ୍ୟ ସରକାରଙ୍କ ଅଧୀନରେ କାମ ନକଲେ ସେମାନଙ୍କୁ କୋଟି ଟଙ୍କା ଦେବାକୁ ପଡ଼ିବ। ଏହି ନୂଆ ନିୟମ ଚଳିତ ବର୍ଷରୁ ଲାଗୁ ହେବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ କହିଛନ୍ତି।

Related Posts