ପୁଞ୍ଜିନିବେଶ ଓ ଶିଳ୍ପ ପାଇଁ ଓଡ଼ିଶା ହେଉଛି ସମସ୍ତଙ୍କ ପ୍ରଥମ ପସନ୍ଦ : ଶିଳ୍ପମନ୍ତ୍ରୀ ପ୍ରତାପ ଦେବ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପୁଞ୍ଜିନିବେଶ ଓ ଶିଳ୍ପ ପାଇଁ ଓଡ଼ିଶା ହେଉଛି ସମସ୍ତଙ୍କ ପ୍ରଥମ ପସନ୍ଦ। ଓଡ଼ିଶାର ଯୁବ ଗୋଷ୍ଠୀଙ୍କୁ ଉତ୍ସାହର ସହ ଉଦ୍ୟୋଗୀ ହେବାକୁ ଆଗେଇ ଆସିବାକୁ ଆହ୍ବାନ ଦେଇଛନ୍ତି ଶିଳ୍ପମନ୍ତ୍ରୀ ପ୍ରତାପ ଦେବ। ଷ୍ଟାର୍ଟଅପ୍‌ ଓଡ଼ିଶାର ଫଣ୍ଡଷ୍ଟାକ ୨.୦ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସେ କହିଛନ୍ତି, ଷ୍ଟାର୍ଟଅପ୍‌ ଏବଂ ପୁଞ୍ଜିନିବେଶକାରୀଙ୍କ ମଧ୍ୟରେ ଏକ ସମ୍ପର୍କ ସୃଷ୍ଟି କରିବାରେ ଏହା ସହାୟତା କରିବ। ରାଜ୍ୟରେ ଷ୍ଟାର୍ଟଅପ୍‌ ଇକୋସିଷ୍ଟମର ବିକାଶ ପାଇଁ ସେ ନିମନ୍ତ୍ରିତ ଇନଭେଷ୍ଟର୍ସ ପ୍ୟାନେଲଙ୍କ ମତାମତ ଲୋଡିଛନ୍ତି।

ଏହି ଅବସରରେ ଏକ୍‌ଜିକ୍ୟୁଟିଭ ଚେୟାରମ୍ୟାନ ଓମ୍‌କାର ରାୟ କହିଛନ୍ତି ଯେ, ଫଣ୍ଡଷ୍ଟାକ କେବଳ ଯେ ଏକ ପ୍ଲାଟଫର୍ମ ନୁହେଁ, ଏହା ପୁଞ୍ଜିନିବେଶ ପ୍ରସ୍ତୁତି କରି ଷ୍ଟାର୍ଟଅପ୍‌ ସୃଷ୍ଟି କରିବା କ୍ଷେତ୍ରରେ ଘରୋଇ ପୁଞ୍ଜିିନିବେଶକାରୀଙ୍କୁ ସହାୟତା କରିଥାଏ। ଏମ୍‌ଏସ୍‌ଏମ୍‌ଇ ପ୍ରମୁଖ ସଚିବ ରଞ୍ଜନା ଚୋପ୍ରା କହିଛନ୍ତି ଯେ, ଫଣ୍ଡ ଷ୍ଟାକ୨.୦ ରାଜ୍ୟରେ ଷ୍ଟାର୍ଟଅପ୍‌ ଗୋଷ୍ଠୀଙ୍କୁ ମେକ୍‌ ଇନ ଓଡ଼ିଶା କନ୍‌କ୍ଲେଭ ପାଇଁ ପ୍ରସ୍ତୁତି କରିବା ସହ ବିଶ୍ୱରୁ ପୁଞ୍ଜିନିବେଶକଙ୍କୁ ଆକୃଷ୍ଟ କରିବାରେ ବିଶେଷ ସହାୟକ ହୋଇପାରିବ। ଷ୍ଟାର୍ଟଅପ୍‌ ଓଡ଼ିଶା ସିଇଓ ମହମ୍ମଦ ସିଦ୍ଦିକ ଆଲମ ସ୍ବାଗତ ଭାଷଣ ଦେଇଥିଲେ। ପରେ ପୁଞ୍ଜିନିବେଶକାରୀ ଓ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସହ ଭାବବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Related Posts