ଦିଲ୍ଲୀ ଅବକାରୀ ଦୁର୍ନିତି ମାମଲା; ଦିଲ୍ଲୀ ସମେତ ୩୦ ଟି ସ୍ଥାନରେ ଇଡିର ଚଢାଉ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଚାରିଆଡ଼େ ଚର୍ଚ୍ଚାରେ ଥିବା ଦିଲ୍ଲୀର ଅବକାରୀ ଦୁର୍ନିତି ମାମଲାରେ ଇଡି ଏକ ଅର୍ଥ ହେରଫେର ମାମଲା ରୁଜୁ କରିଛି। ଏ ନେଇ ଦିଲ୍ଲୀ ସମେତ ପ୍ରାୟ ୩୦ ଟି ସ୍ଥାନରେ ଇଡି ଚଢାଉ କରିଛି। ତେବେ ଏଥର ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ଚଢ଼ାଉ କରାଯାଇ ନାହିଁ। ଇଡି ସୂତ୍ରରୁ ପ୍ରକାଶ ଯେ ରାଜଧାନୀ ଦିଲ୍ଲୀ ବ୍ୟତୀତ ୟୁପି ରାଜଧାନୀ ଲକ୍ଷ୍ନୌ, ହରିଆଣାର ଗୁରୁଗ୍ରାମ, ଚଣ୍ଡିଗଡ଼, ମୁମ୍ବାଇ, ହାଇଦ୍ରାବାଦ ଏବଂ ବାଙ୍ଗାଲୋର ସମେତ ୩୦ ଟି ସ୍ଥାନରେ ଇଡି ଚଢ଼ାଉ ଜାରି ରଖିଛି।

ସୂଚନାଯୋଗ୍ୟ ଯେ, ଅଗଷ୍ଟ ୧୯ ରେ ଏକ୍ସାଇଜ୍ ପଲିସି ବା ଅବକାରୀ ନୀତିରେ ହୋଇଥିବା ଦୁର୍ନିତି ମାମଲାରେ ସିବିଆଇ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ଚଢାଉ କରିଥିଲା। ଏହି ରେଡ୍ ପରେ ଇଡି ସିସୋଦିଆଙ୍କ ମାମଲାର ଫାଇଲ ସିବିଆଇଠୁ ନେଇଥିଲା। ସେବେଠାରୁ କଳ୍ପନାଜଳ୍ପନା ଚାଲିଥିଲା ଯେ ଖୁବଶୀଘ୍ର ଇଡି ମଧ୍ୟ ଏହି ମାମଲାରେ ତଦନ୍ତ କରିବ। ତେବେ ସିବିଆଇ ଏହି ମାମଲାରେ ଯେଉଁସବୁ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ସେହି ବ୍ୟକ୍ତିଙ୍କ ବିରୋଧରେ ଇଡି ଆଜି ରେଡ୍ କରୁଛି।

Related Posts